ପ୍ରଶାସନର ଇଛାଥିଲେ ଗଡ଼ିଥାନ୍ତା ରୁକୁଣା ରଥ

ପ୍ରଶାସନର ଇଛାଥିଲେ ଗଡ଼ିଥାନ୍ତା ରୁକୁଣା ରଥ

ପୁରୁଣା ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମାହିତ ହୋଇଥିବାରୁ ସମଗ୍ର ରାଜ୍ୟରେ ଖୁସିର ଲହରି ଖେଳିଯାଇଛି। ଏକାମ୍ର କ୍ଷେତ୍ର ବି ଏହି ଖୁସି ଉପଲବ୍‌ଧିରୁ ବାଦ୍‌ ପଡ଼ିନି। କିନ୍ତୁ ଶ୍ରୀଲିଙ୍ଗରାଜଙ୍କ ରୁକଣା ରଥ ଗଡ଼ି ନ ପାରିଥିବା କାରଣରୁ ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଶାସନ ଇଛା କରିଥିଲେ ରୁକୁଣା ରଥ ବି ଗଡ଼ି ପାରିଥାନ୍ତା ବୋଲି ସେମାନେ ବଡ଼ ଦୁଃଖର ସହ କହିଛନ୍ତି। ପ୍ରଶାସନର ଆନ୍ତରିକତା ଅଭାବରୁ ଅଶୋକାଷ୍ଟମୀ ଭଳି ରାଜ୍ୟର ଏକ ପ୍ରାଚୀନ ପରମ୍ପରା ଭଙ୍ଗ ହୋଇଗଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଚଳିତ ବର୍ଷ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା ହୋଇ ପାରିଲା ନାହିଁ। ମହାମାରୀ କରୋନା କଟକଣା ଯୋଗୁଁ ଅଶୋକାଷ୍ଟମୀ ତିଥିରେ ଏକାମ୍ର କ୍ଷେତ୍ରରେ ରୁକୁଣା ରଥ ଗଡ଼ିଲା ନାହିଁ। କେବଳ ପୁଲିସ ଓ ସେବାୟତଙ୍କୁ ନେଇ ରୁକୁଣା ରଥଯାତ୍ରା କରିବାକୁ ସେବାୟତମାନେ ପରାମର୍ଶ ଦେଇଥିଲେ ମଧ୍ୟ ତାହା ରହିଲା ନାହିଁ। ଶ୍ରୀକ୍ଷେତ୍ର ପାଇଁ ଯାହା ହେଲା ତାହା ଏକାମ୍ର କ୍ଷେତ୍ର କ୍ଷେତ୍ରରେ ତାହା ପାଳନ କରାଗଲା ନାହିଁ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ମତ ରଖିଛନ୍ତି। ପୂଜାପଣ୍ଡା ନିଯୋଗର କାଶିନାଥ ପୂଜାପଣ୍ଡା ମଧ୍ୟ ସମାନ ପ୍ରତକ୍ରିୟା ରଖି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇଗଲା। ପ୍ରଶାସନର ସାମାନ୍ୟତମ ଉଦ୍ୟମ ଏହି ବିଶାଳ ପରମ୍ପରାକୁ ରକ୍ଷା କରିପାରିଥାନ୍ତା। କିନ୍ତୁ ପ୍ରଶାସନ କଲା ନାହିଁ। ବଡ଼ୁ ନି‌ଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସ୍ବାଗତ କରିବା ସହ ଏକାମ୍ର କ୍ଷେତ୍ରର ରୁକୁଣା ରଥ ପ୍ରତି ପ୍ରାଶସନର ଅବହେଳାକୁ ସମାଲୋଚନା କରିଛନ୍ତି। ପ୍ରଶାସନ ଏକାମ୍ର କ୍ଷେତ୍ରରେ ଅଯଥା ଟଙ୍କା ଖର୍ଚ କରି ରଥ ନିର୍ମାଣ କଲେ। କିନ୍ତୁ ରଥଯାତ୍ରା କରିପାରିଲେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe