ରୁକୁଣା ରଥଯାତ୍ରା: ଦ୍ୱିତୀୟ ଦିନରେ ବି ମାଉସୀ ମନ୍ଦିରକୁ ପହଂଚି ପାରିଲେନି ପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜ

Advertisment
ରୁକୁଣା ରଥଯାତ୍ରା: ଦ୍ୱିତୀୟ ଦିନରେ ବି ମାଉସୀ ମନ୍ଦିରକୁ ପହଂଚି ପାରିଲେନି ପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପଭୁ ଶ୍ରୀ ଶ୍ରୀ ଲିଙ୍ଗରାଜ ଦ୍ୱିତୀୟ ଦିନରେ ମଧ୍ୟ ନିଜର ମାଉସୀଙ୍କ ଘରକୁ ପହଂଚି ପାରି ନାହାନ୍ତି। ପ୍ରଥମ ଦିନ ଶନିବାର ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପରେ ରଥଟଣା ଯାଇଥିଲା। ମାତ୍ର କିଛି ବାଟ ଯିବା ପରେ ରୁକୁଣା ରଥ ଅଟକି ଯାଇଥିଲା। ଏହା ପରେ ରଥଟଣା କାମ ବନ୍ଦ କରାଯାଇଥିଲା। ପ୍ରଭୁ ଲିଙ୍ଗରାଜଙ୍କ ରଥକୁ ଆଜି ଭକ୍ତମାନେ ପୁଣି ଥରେ ଟାଣିଥିଲେ। ମାଉସୀଙ୍କ ଘରକୁ ନେବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ସୂଚନାଯୋଗ୍ୟ ଗତକାଲି ଭଳି ଆଜି ମଧ୍ୟ ରଥ ଅଟକିଛି। ମାଉସୀ ମନ୍ଦିର ସମ୍ମୁଖରେ ରଥ ପହଂଚିପାରି ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ ପ୍ରଭୁ ଲିଙ୍ଗରାଜଙ୍କ ରଥ ଅସୁର କିଆରୀ ଠାରେ ଅଟକିଛି। ରଥକୁ ସୋମବାର ପୁଣି ଟଣାଯିବାର କାର୍ଯ୍ୟକ୍ରମ ଅଛି। ଇତି ମଧ୍ୟରେ ପରଂପରା ଭାଙ୍ଗିଛି। ଠିକ ସମୟ ମଧ୍ୟର ରଥ ମାଉସୀ ମନ୍ଦିରକୁ ପହଂଚି ପାରି ନଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe