ଆସିଲା ଦୁର୍ଗା‌ପୂଜା ପାଇଁ ସାଉଣ୍ଡ୍‌ କଟକଣା

Advertisment
ଆସିଲା ଦୁର୍ଗା‌ପୂଜା ପାଇଁ ସାଉଣ୍ଡ୍‌ କଟକଣା

Justdial

ଭୁବନେଶ୍ବର: ଦୁର୍ଗାପୂଜା ପାଇଁ ସାଉଣ୍ଡ କଟକଣା ଜାରି କରିଛି କମିସନରେଟ ପୁଲିସ୍। ଯଦି କେହି ଏହି ନିୟମ ଖିଲାପ କରନ୍ତି, ବ୍ୟାଣ୍ଡ୍, ଡିଜେ ମାଲିକ ଓ ସଂପୃକ୍ତ ପୂଜାମଣ୍ଡପ ସଦସ୍ୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିୟମ ପୂଜାଠାରୁ ଆରମ୍ଭ ହୋଇ ଭସାଣି ପର୍ଯ୍ୟନ୍ତ ଲାଗୁ ହେବ।

ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ଯେ ଲାଉଡ୍‌-ସ୍ପିକର୍‌ର ସାଉଣ୍ଡ୍ ୬୫ ଡେସିବିଲରୁ ଅଧିକ ହେବ ନାହିଁ। ବ୍ୟାଣ୍ଡ୍ କିମ୍ବା ଡିଜେ ସହ ଅନ୍ୟ କୌଣସି ସାଉଣ୍ଡ୍ ସିଷ୍ଟମ୍ ସଂଯୋଗ ହୋଇପାରିବ ନାହିଁ। ଭସାଣି ବେଳେ ଗୋଟିଏ ବ୍ୟାଣ୍ଡ୍ ଓ ଗୋଟିଏ ଡିଜେ ହିଁ ବ୍ୟବହାର କରିବେ। ମ୍ୟୁଜିକ୍‌ ପାର୍ଟିର ସାଉଣ୍ଡ୍ ବକ୍ସ ୪ରୁ ୫ଟି ରହିବ। ସବୁ ଅଡିଓ ସିଷ୍ଟମରେ ସାଉଣ୍ଡ ଲିମିଟ୍‌ ରହିବ। ପୂଜା ସମୟରେ ବ୍ୟାଣ୍ଡ ପାର୍ଟି ଓ ଡିଜେ କମିସନରେଟ୍ ପୁଲିସଠାରୁ ଅନୁମତି ନେବେ।

ଅନ୍ୟ ଲାଇସେନ୍ସ ନେଇ କେହି ଡିଜେ କିମ୍ବା ବ୍ୟାଣ୍ଡ୍ ବଜାଇପାରିବେ ନାହିଁ। ସ୍କୁଲ, ହସ୍ପିଟାଲ, କଲେଜ ଓ କୋର୍ଟର ୧୦୦ମିଟର ମଧ୍ୟରେ ବ୍ୟାଣ୍ଡ କିମ୍ବା ଡିଜେ ବାଜିପାରିବ ନାହିଁ। ବ୍ୟାଣ୍ଡ୍ ଓ ଡିଜେ ପ୍ରୋସେସନ ବେଳେ ଅନୁମତି ମିଳିଥିବା ରୁଟ୍ ଓ ସମୟରେ ଯିବେ। ଜାତୀୟ ରାଜପଥ ଓ ୧୪୪ ଧାରା ଅଞ୍ଚଳରେ କୌଣସି ପରିସ୍ଥିତିରେ ଡିଜେ କିମ୍ବା ବ୍ୟାଣ୍ଡ୍ ବାଜିପାରିବ ନାହିଁ। ପ୍ରୋସେସନ୍ ସମୟରେ ବ୍ୟାଣ୍ଡ୍ କିମ୍ବା ଡିଜେ ଫ୍ଲାସ୍ ଲାଇଟ୍ ବ୍ୟବହାର କରିପାରିବେ ନାହିଁ। ପ୍ରୋସେନ୍ ବେଳେ ୬ଟି ଟ୍ରଲି ବ୍ୟବହାର ହୋଇପାରିବ। ଯେଉଁମାନେ ଉପୋରକ୍ତ ନିୟମର ଖିଲାପ କରିବେ, ସେମାନଙ୍କ ଡିଜେ ଓ ବ୍ୟାଣ୍ଡକୁ ଜବତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe