ଶୈଳଶ୍ରୀବିହାର ଫେଜ୍‌-୭ ଆବାସିକ ସଂଘ ଦୁର୍ଗାପୂଜା କମିଟି: ନେପାଳ ଜାନକୀ ମାତା ମନ୍ଦିରରେ ବିରାଜିବେ ମା’

ପ୍ରତିବର୍ଷ ପରି ଏଥର ମଧ୍ୟ ଶୈଳଶ୍ରୀବିହାର ଫେଜ୍‌-୭ ଆବାସିକ ସଂଘ ଦୁର୍ଗାପୂଜା କମିଟି ପକ୍ଷରୁ ବିଂଶତମ ଦୁର୍ଗାପୂଜା ମହାଆଡ଼ମ୍ବରରେ ପାଳନ ହେଉଛି। କଲୋନି ଭିତରେ ଚିତ୍ତାକର୍ଷକ ତୋରଣ ଓ ସୁନ୍ଦର ଆଲୋକ ସାଜସଜ୍ଜା....

fshfhshfhfs

ଚନ୍ଦ୍ରଶେଖରପୁର: ପ୍ରତିବର୍ଷ ପରି ଏଥର ମଧ୍ୟ ଶୈଳଶ୍ରୀବିହାର ଫେଜ୍‌-୭ ଆବାସିକ ସଂଘ ଦୁର୍ଗାପୂଜା କମିଟି ପକ୍ଷରୁ ବିଂଶତମ ଦୁର୍ଗାପୂଜା ମହାଆଡ଼ମ୍ବରରେ ପାଳନ ହେଉଛି। କଲୋନି ଭିତରେ ଚିତ୍ତାକର୍ଷକ ତୋରଣ ଓ ସୁନ୍ଦର ଆଲୋକ ସାଜସଜ୍ଜା କରି ସହରବାସୀଙ୍କ ଆକର୍ଷଣ ସାଜୁଥିବା ଏହି ମଣ୍ଡପରେ ଏଥର ନେପାଳର ଜାନକୀ ମାତା ମନ୍ଦିର ସଦୃଶ ତୋରଣ ନିର୍ମାଣ କରାଯାଉଛି। ୪୫ ଫୁଟ୍‌ ଉଚ୍ଚତା ଓ ୬୦ ଫୁଟ୍‌ ଚଉଡା ବିଶିଷ୍ଟ ଏହି ତୋରଣଟିକୁ କୋଲକାତା ଓ ଢେଙ୍କାନାଳର କାରିଗର ନିର୍ମାଣ କରୁଛନ୍ତି। ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ହେଉଥିବା ଏହି ତୋରଣ ସମସ୍ତଙ୍କୁ ଆକର୍ଷିତ କରିବ। ୧୪ ଫୁଟ୍‌ର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ୧୮ ଫୁଟର ତାରକସୀ ମେଢ଼ କାର୍ଯ୍ୟ ଜାରି ରହିଛି। ବାରଙ୍ଗ ଫୁଲପୋଖରୀ ଓ କଟକର କାରିଗରମାନେ ଏହାକୁ ତିଆରି କରୁଛନ୍ତି। ମା’ ଦୁର୍ଗାଦେବୀ ଓ ପାର୍ଶ୍ବଦେବୀମାନେ ଚାନ୍ଦି ମୁକୁଟ ଓ ସୁନା ଅଳଙ୍କାର ପରିଧାନ କରିବେ।

ମଣ୍ଡପକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ ହେବ। ଷଷ୍ଠୀରେ ବିଲ୍ୱବରଣ, ସପ୍ତମୀରେ କଳସ ଯାତ୍ରା ପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇ ଚକ୍ଷୁଦାନ ଦିଆଯିବ। ଅଷ୍ଟମୀ ଦିନ ସୂର୍ଯ୍ୟ ପୂଜା, ମହାଷ୍ଟମୀପୂଜା, ସନ୍ଧିପୂଜା, କୁଷ୍ମାଣ୍ଡବଳି ଓ ଖେଚୁଡ଼ି ଭୋଗ ଲାଗି ହେବ। ନବମୀ ଦିନ ୨୧ ଜଣ କୁମାରୀ ଓ ଜଣେ କୁମାରଙ୍କୁ ଏକାଠି କରି ନବକୁମାରୀ ପୂଜା ଅନୁଷ୍ଠିତ ହେବ। ଦଶମୀରେ ଅପରାଜିତା ପୂଜା, ହୋମ, ପୂର୍ଣ୍ଣାହୁତି, ଦହି ପଖାଳ ଭୋଗ, ସିନ୍ଦୁର ଖେଳ ହୋଇ ଘଟ ବିସର୍ଜନ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଷଷ୍ଠୀ, ସପ୍ତମୀ, ଦଶମୀରେ ସ୍ଥାନୀୟ ପିଲାଙ୍କୁ ନେଇ ଦାଣ୍ଡିଆ ଓ ନୃତ୍ୟ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯିବ। ଅଷ୍ଟମୀ ଓ ନବମୀରେ ମେଲୋଡି ହେବ। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ୩୫ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ପାରମ୍ପରିକ ବାଦ୍ୟରେ ଭସାଣି କରି କଲୋନି ପରିକ୍ରମା ପରେ ମା’ଙ୍କୁ ମେଲାଣି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe