ଓଡ଼ିଶୀରେ ଶବରୀ ଉପାଖ୍ୟାନ

Advertisment
ଓଡ଼ିଶୀରେ ଶବରୀ ଉପାଖ୍ୟାନ

ଭୁବନେଶ୍ୱର : ରାମଚରିତ ମାନସର ଚରିତ୍ର ଶବରୀର ଉପାଖ୍ୟାନ ହେଉ ଅବା ପ୍ରୟୋଗାତ୍ମକ ଶୈଳୀରେ ଋଗ୍‌ବେଦର ନିହିତ ‘ସମନ୍ଵୟ’। ଓଡ଼ିଶୀ ନୃତ୍ୟରେ ଉତୁରି ଆସିଥିଲା ଏହି ଭାବସ୍ପର୍ଶୀ କଥାବସ୍ତୁ। ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୨ତମ ଜନ୍ମ ବାର୍ଷିକରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘ଅନ୍ତଃଦୃଷ୍ଟି’ ଆଣି ଦେଇଥିଲା ଏମିତି ଏକ ଅବକାଶ।

‘ସୃଜନ’ ଏବଂ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ ପକ୍ଷରୁ ଆୟୋଜିତ ଉଦ୍‌ଘାଟନୀ ଉତ୍ସବର ପ୍ରଥମ ପ୍ରସ୍ତୁତି ଥିଲା ବେହେଲା ବାଦନ। ଶାରଦା ପ୍ରସନ୍ନ ଦାସ ରାଗ ମଧୁବନ୍ତ ଓ ବିଲମ୍ବିତ୍‌ ତାଲ୍‌ରେ ବେହେଲା ବାଦନ କରିଥିଲେ। ରାହୁଲ ଆଚାର୍ଯ୍ୟ ଓଡ଼ିଶୀ ନୃତ୍ୟରେ ସୂର୍ଯ୍ୟାଷ୍ଟକ ଭେଟି ଦେଇଥିଲେ। ଗୁରୁ ଦୁର୍ଗାଚରଣ ରଣବୀର ନୃତ୍ୟ ସଂଯୋଜନା କରିଥିଲେ। ପରେ ସୁଜାତା ମହାପାତ୍ରଙ୍କ ନୃତ୍ୟରେ ‘ଶବରୀ ଉପାଖ୍ୟାନ’ ବେଶ୍‌ ମନଛୁଆଁ ଅନୁଭବ ଦେଇଥିଲା। ‘ସୃଜନ’ର ଶିଳ୍ପୀମାନେ ଦଳଗତ ନୃତ୍ୟରେ ପ୍ରଥମେ ‘ସିନ୍ଥେସିସ୍‌’ ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ପ୍ରସ୍ତୁତିରେ ‘ଅର୍ଧନାରୀଶ୍ୱର’ ଭେଟି ଦେଇଥିଲେ। ଗୁରୁ ରତିକାନ୍ତ ମହାପାତ୍ର ନୃତ୍ୟ ସଂରଚନା କରିଥିବା ବେଳେ ଲକ୍ଷ୍ମୀକାନ୍ତ ପାଲିତ୍‌ ସଂଗୀତ ସଂଯୋଜନା କରିଥିଲେ। ନିତ୍ୟାନନ୍ଦ ମିଶ୍ର ଏହାର ଗୀତ ରଚନା କରିଥିଲେ। ଏ ଅବସରରେ ବନମାଳୀ ମହାରଣା, ଗୋପାଳ ଚନ୍ଦ୍ର ପଣ୍ଡା, କୁମ୍‌କୁମ୍‌ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ‘ସୃଜନ’ର ନିର୍ଦେଶକ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ. ସଂଗୀତା ଗୋସାଇଁ ଉପସ୍ଥିତ ଥିଲେ। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe