ସବ୍ୟସାଚୀ ପାଇବେ ମହାତ୍ମା ଗାନ୍ଧୀ ସେବା ସମ୍ମାନ

Advertisment
ସବ୍ୟସାଚୀ ପାଇବେ ମହାତ୍ମା ଗାନ୍ଧୀ ସେବା ସମ୍ମାନ

ଭୁବନେଶ୍ବର: ଭାରତୀୟ ସ୍କାଉଟ୍‌ ଓ ଗାଇଡ୍‌ ଫେଲୋସିପ୍‌, ରାଜ୍ୟ ଶାଖା ପକ୍ଷରୁ ଚଳିତ ବର୍ଷ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ପାଇବେ ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ର। କାର୍ଯ୍ୟକାରିଣୀ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ମହତ୍ତ୍ବପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ। ଏଥିସହ ଜାତୀୟ ସ୍କାଉଟ୍‌ ଗାଇଡ୍‌ ଫେଲୋସିପ୍‌ର ସଭାପତି ଏମ୍‌ଏକେ ମିକିଙ୍କୁ ଚଳିତବର୍ଷର ଲାଲବାହାଦୂର ଶାନ୍ତିଦୂତ ସମ୍ମାନ ପ୍ରଦାନ କରାଯିବ। ରାଜ୍ୟ ସଭାପତି କାଳୀ ମିଶ୍ର, ଉପସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଡ. ପ୍ରଣବ ମହାପାତ୍ର, ଗୁରୁ ପୀତାମ୍ବର ବିଶ୍ବାଳ, ସମ୍ପାଦକ ଋଷି ପଟ୍ଟନାୟକଙ୍କ ଉପସ୍ଥିତିରେ ପୁରସ୍କାର ଘୋଷଣା ହୋଇଥିବା ସଂସ୍ଥାର ସୂଚନା ଅଧିକାରୀ ଗଜେନ୍ଦ୍ରନାଥ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe