୧୮ରେ ସବ୍ୟସାଚୀଙ୍କ ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’

Advertisment
୧୮ରେ  ସବ୍ୟସାଚୀଙ୍କ ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’

ଭୁବନେଶ୍ବର: ରଜ, ରଥଯାତ୍ରା ଓ ଗଣେଶ ପୂଜା ଫିଲ୍ମ ବଜାର ଫିକା ପଡ଼ିଲା। ହେଲେ ଦଶହରା ଫିଲ୍ମ ଫିକା ପଡ଼ିବ ନାହିଁ। ଲକ୍‌ଡାଉନ୍‌କୁ ଆଧାର କରି ଆସୁଛି ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’। ତେବେ ଏହା ସିନେମା ହଲ୍‌ରେ ନୁହେଁ ବରଂ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଓ ତରଙ୍ଗ ଚ୍ୟାନେଲ୍‌ରେ ମୁକ୍ତିଲାଭ କରିବ। ଭରପୂର କମେଡି ଓ ଆବେଗକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ୧୮ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ପ୍ରିମିୟର ସୋ’ ଅନୁଷ୍ଠିତ ହେବ।

ଏ ନେଇ ସବ୍ୟସାଚୀ କହିଛନ୍ତି ସିନେମା ହଲ୍‌ ବନ୍ଦ ହେବାର ୭ ମାସ ହୋଇଗଲା। କେବେ ଖୋଲିବ ତାହା ବି ଅସ୍ପଷ୍ଟ। ଏବେ ନୂଆ ରାସ୍ତା ତିଆରି କରି ନିଜ ସ୍ବପ୍ନ ପାଖରେ ପହଞ୍ଚିବାର ସମୟ। ସମସ୍ୟା ମଣିଷକୁ ମଜଭୁତ କରେ ଓ ନୂଆ ରାସ୍ତା ଦେଖାଏ। ଏହାକୁ ପାଥେୟ କରି ଜୁଲାଇ ମାସରୁ ସ‌ିନେମା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ଏହା ନୂଆ ବାଟରେ ମୁକ୍ତିଲାଭ କରିବାକୁ ଯାଉଛି। ମୋ’ର ଅନେକ ସିନେମା ଦର୍ଶକ ସିନେମା ହଲ୍‌ରେ ଦେଖି ସୁପରହିଟ୍‌ କରିଛନ୍ତି। ଏଥର ଏହି ନୂଆ ଯାତ୍ରାରେ ମଧ୍ୟ ‌ଦର୍ଶକ ତାଙ୍କୁ ଉତ୍ସାହିତ କରିବେ ବୋଲି ସବ୍ୟସାଚୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe