ଅଟୋଚାଳକ ମହାସଂଘର ସଡ଼କ ସୁରକ୍ଷା ପଦଯାତ୍ରା

Advertisment
ଅଟୋଚାଳକ ମହାସଂଘର ସଡ଼କ ସୁରକ୍ଷା ପଦଯାତ୍ରା

ଭୁବନେଶ୍ୱର : ନିଖିଳ ଓଡ଼ିଶା ଅଟୋଚାଳକ ମହାସଂଘ ପକ୍ଷରୁ ସଡ଼କ ସୁରକ୍ଷା ପଦଯାତ୍ରା ଓ ଟ୍ରାଫିକ ସଚେତନତା କର୍ମାଶାଳା ଅନୁଷ୍ଠିତ ହୋଇଯାଇଛି। ଅଟୋଚାଳକମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ପଦଯାତ୍ରାରେ ବାହାରି ଜୟଦେବ ଭବନଠାରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ କର୍ମଶାଳାରେ ଅତିଥିଭାବେ ପରିବହନ ବିଭାଗ ଯୁଗ୍ମ କମିସନର ସି.ଆର ରାୟ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଚୟ ବେହେରା, ଏସିପି ଟ୍ରାଫିକ ଯତୀନ ପଣ୍ଡା, ଅଟୋ-ଟ୍ୟାକ୍ସି ମହାସଂଘର ସଭାପତି ସୁବାସ ସିଂହ, ଉପଦେଷ୍ଟା ସଂଗ୍ରାମ କେଶରୀ ପାଇକରାୟ, ସୁର ଜେନା, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଚାଳକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହାସଂଘର ଉପସଭାପତି ଦୁର୍ଗାଚରଣ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe