ଭୁବନେଶ୍ବର : ଶାତ୍ରୀୟ ଓ ଲୋକନୃତ୍ୟ ସମାହାରର ‘ଷଢ଼େଇ କଳା ଛଉନୃ୍ତ୍ୟ’ ଆଜି ଭାରତୀୟ ବିଦ୍ୟାଭବନ ମୁକ୍ତ ମଞ୍ଚରେ ପରିବେଷିତ ହୋଇଥିଲା। ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଆୟୋଜିତ ‘ଲୁପ୍ତପ୍ରାୟ ଲୋକକଳା’ର ୬୩ତମ ସନ୍ଧ୍ୟାରେ ଆଜି ଝାରଖଣ୍ଡ ଷଢ଼େଇ କଳାର ‘ଅରୁଣ ରଙ୍ଗମ କବିକୁଟୀର’ ଅନୁଷ୍ଠାନ ପକ୍ଷରୁ ଏହି ନୃତ୍ୟ ପରିବେଷିତ ହୋଇଥିଲା। ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଷଢ଼େଇ କଳା ଓଡ଼ିଶାରେ ଥିବାରୁ ଏହି ‘ଷଢ଼େଇ କଳା ଛଉନୃ୍ତ୍ୟ’ରେ ଓଡ଼ିଆ ସଂସ୍କୃତିର ଛାପ ଦେଖିବାକୁ ମିଳେ। ଆଜିର ଏହି ଉତ୍ସବରେ ମେଘଦୂତ ନୃତ୍ୟ ସହିତ ମୟୂର, ଶିକାରୀ ପରି ଅନେକ ନୃତ୍ୟ ପରିବେଷିତ ହୋଇଥିଲା। ଭାରତୀୟ ବିଦ୍ୟାଭବନର ସହଯୋଗୀ ନିର୍ଦ୍ଦେଶକ ମନ୍ମଥ କୁମାର ଶତପଥୀ ଧନ୍ୟବାଦ ଜଣାଇଥିଲେ।
ପରିବେଷିତ ହେଲା ‘ଷଢ଼େଇ କଳା ଛଉ ନୃତ୍ୟ’
Advertisment
Follow Us