୧୦ଜଣଙ୍କୁ ‘ସୁରକ୍ଷା ଗୌରବ ସମ୍ମାନ’

Advertisment
୧୦ଜଣଙ୍କୁ ‘ସୁରକ୍ଷା ଗୌରବ ସମ୍ମାନ’

ଚନ୍ଦ୍ରଶେଖରପୁର: ସ୍ୱେଚ୍ଛାସେବୀ ସଙ୍ଗଠନ ‘ସୁରକ୍ଷା’ ପକ୍ଷରୁ ଲୁମ୍ବିନୀବିହାରସ୍ଥିତ ପ୍ରୋଜେକ୍ଟ ୱାଟର୍‌ ପରିସରରେ ‘ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ’ ଉଦ୍‌ଘାଟିତ ହୋଇଛି। ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହ ଉତ୍କଳୀୟ ସଂସ୍କୃତିର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ବୋଇତ ବନ୍ଦାଣ କମିଟି ସଭାନେତ୍ରୀ ତଥା ୧୪ନମ୍ବର ୱାର୍ଡର କର୍ପୋରେଟର୍‌ ମୋନାଲିସା ସାହୁ, ବମ୍ବେ ଓଡ଼ିଆ ଆସୋସିଏସନ୍‌ ସଭାପତି ବିପିନ୍ ବିହାରୀ ମିଶ୍ର, କେୟାର ହସ୍‌ପିଟାଲ୍ ଆସୋସିଏଟ୍ ଉପସଭାପତି ଲୋକନାଥ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ବୋଇତ ବନ୍ଦାଣ କମିଟି ଉପଦେଷ୍ଟା ସୁଧାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କମିଟିର ସାଧାରଣ ସମ୍ପାଦକ କେଶବ ରଣା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶିକା ମିଲି ରଣା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୧୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ସୁରକ୍ଷା ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା। ଭୋର୍‌ ୪ଟାରୁ ଶ୍ରଦ୍ଧାଳୁଙ୍କ ଦ୍ବାରା ବୋଇତ ଭସାଣ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe