ସାହା ହୋଇଥା’ଲୋ ମାଆ: ଦଣ୍ଡିଲୋ ଗ୍ରାମଦେବତୀ ମା’ ଦୁର୍ଗାଣୀ

Advertisment

ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଦଣ୍ଡିଲୋ ଗାଁରେ ଗ୍ରାମଦେବତୀ ରୂପେ ମା’ ଦୁର୍ଗାଣୀ ପୂଜା ପାଉଛନ୍ତି। ପୁରୁଖା ଲୋକଙ୍କ ମତ ଅନୁଯାୟୀ, ପ୍ରାୟ ୨ଶହ ବର୍ଷ ହେଲା କେନ୍ଦୁଗଛ ମୂଳେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।

ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଦଣ୍ଡିଲୋ ଗାଁରେ ଗ୍ରାମଦେବତୀ ରୂପେ ମା’ ଦୁର୍ଗାଣୀ ପୂଜା ପାଉଛନ୍ତି। ପୁରୁଖା ଲୋକଙ୍କ ମତ ଅନୁଯାୟୀ, ପ୍ରାୟ ୨ଶହ ବର୍ଷ ହେଲା କେନ୍ଦୁଗଛ ମୂଳେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।

fddfvcvr

ଖଣ୍ଡଗିରି: ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଦଣ୍ଡିଲୋ ଗାଁରେ ଗ୍ରାମଦେବତୀ ରୂପେ ମା’ ଦୁର୍ଗାଣୀ ପୂଜା ପାଉଛନ୍ତି। ପୁରୁଖା ଲୋକଙ୍କ ମତ ଅନୁଯାୟୀ, ପ୍ରାୟ ୨ଶହ ବର୍ଷ ହେଲା କେନ୍ଦୁଗଛ ମୂଳେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମା’ଙ୍କର କୁନି ପଥର ମୂର୍ତ୍ତି ଓ କଳାଘୋଡ଼ା ଧଳାଘୋଡ଼ା ଖୋଲା ଆକାଶ ତଳେ ପୂଜା ପାଉଥିଲେ। ପରେ ପଥର ଭିତରେ ଛାଉଣୀ କରି ରଖାଯାଇଥିଲା। କ୍ରମେ ଗ୍ରାମ ଆଡ଼କୁ ସହର ବଢ଼ିବାକୁ ଲାଗିଲା। ସେତେବେଳେ ଅଳ୍ପ ଭକ୍ତଙ୍କୁ ନେଇ ମା’ଙ୍କର ଷୋଳପୂଜା କରାଯାଉଥିଲା। ମା’ଙ୍କ ମହିମା ଲୋକଲୋଚନକୁ ଆସିବା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଥିଲା। ଦେବୀଙ୍କୁ ଆଉ ଗଛମୂଳେ ନରଖିବାକୁ ଭକ୍ତମାନେ ନିଷ୍ପତ୍ତି ନେବା ପରେ ପ୍ରାୟ ୧୦ବର୍ଷ ତଳେ ମା’ଙ୍କ ମନ୍ଦିର ନିର୍ମାଣ କରାଯାଇଛି। ସେହିପରି ଗ୍ରାମବାସୀ ଓ ମନ୍ଦିର କମିଟି କର୍ମକର୍ତ୍ତାଙ୍କ ଉଦ୍ୟମରେ ପ୍ରତିବର୍ଷ ମା’ଙ୍କ ପୂଜା ଆହୁରି ଭଲ ଭାବେ କରାଯାଉଛି। 

ଗ୍ରାମବାସୀଙ୍କ ସମେତ ଆଖପାଖର ଚିଙ୍ଗୁଡିଆ, ଅରିଙ୍ଗୋଳ, ଛନ୍ଦୋଳ ଗ୍ରାମର ଲୋକେ ପୂଜା କରୁଛନ୍ତି। ଗ୍ରାମକୁ ସୁରକ୍ଷା ଦେବା ପାଇଁ ମା’ଙ୍କ ନିକଟରେ ଏକାଦଶୀରେ ପଣା ଲାଗିହୁଏ। ମାଘ ସପ୍ତମୀରେ ପାଞ୍ଚଦିନ ଧରି ଯଜ୍ଞ ହୁଏ। ଦଶହରାରେ ଷୋଳପୂଜା ଠାରୁ ଅନ୍ନ ଭୋଗ ଆରମ୍ଭ ହୋଇ ଦଶହରା ଦିନ ଶେଷ ହୁଏ। ମା’ଙ୍କୁ ଏବେ ବୈକୁଣ୍ଠ ଚରଣ ପଣ୍ଡା ପୂଜା କରୁଛନ୍ତି। ଗ୍ରାମର ମୁରବି ଭାଗିରଥି ପଣ୍ଡା, ଗନ୍ଧର୍ବ ସାହାଣୀ, କାଶୀନାଥ ଭୂୟାଁ, ଧୋବେଇ ସାହୁ, କୃଷ୍ଣଚନ୍ଦ୍ର ସାହୁଙ୍କ କହିବା କଥା, ଗ୍ରାମରେ ବିବାହ, ବ୍ରତଘରରେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଉଛି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ ଆଗେ ମା’ଙ୍କ ପାଖରେ ପୂଜା କରାଯା‌ଏ। ନିଷ୍ଠାର ସହିତ ମା’ଙ୍କ ପାଖରେ ଗୁଆ ନଡ଼ିଆ ବସାଇଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି।

ରିପୋର୍ଟ: ହରପ୍ରିୟା ପୃଷ୍ଟି
ଫଟୋ: ନରସିଂହ ପରିଡ଼ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe