ସାହା ହୋଇଥା’ଲୋ ମାଆ: ଭାରତୀମଠସାହିର ଗ୍ରାମଦେବତୀ ମା’ ଦୁଲ୍ଲାଦେବୀ

Advertisment

ଭାରତୀମଠସାହିର ଗ୍ରାମଦେବତୀ ମା’ ଦୁଲ୍ଲାଦେବୀ ଜମେଶ୍ବରପାଟଣାସାହି ଛକ ନିକଟରେ କାହିଁ କେଉଁ କାଳରୁ ପୂଜ‌ା ପାଉଛନ୍ତି। ଏବେ ସହର ବଢ଼ିବା ପରେ ନାରାୟଣୀ କ୍ଲବ୍ ରୋଡ୍‌ ଓ ଡାକବଙ୍ଗଳା...

ଭାରତୀମଠସାହିର ଗ୍ରାମଦେବତୀ ମା’ ଦୁଲ୍ଲାଦେବୀ ଜମେଶ୍ବରପାଟଣାସାହି ଛକ ନିକଟରେ କାହିଁ କେଉଁ କାଳରୁ ପୂଜ‌ା ପାଉଛନ୍ତି। ଏବେ ସହର ବଢ଼ିବା ପରେ ନାରାୟଣୀ କ୍ଲବ୍ ରୋଡ୍‌ ଓ ଡାକବଙ୍ଗଳା...

fhhvbvb

ପୁରୁଣା ଭୁବନେଶ୍ବର: ଭାରତୀମଠସାହିର ଗ୍ରାମଦେବତୀ ମା’ ଦୁଲ୍ଲାଦେବୀ ଜମେଶ୍ବରପାଟଣାସାହି ଛକ ନିକଟରେ କାହିଁ କେଉଁ କାଳରୁ ପୂଜ‌ା ପାଉଛନ୍ତି। ଏବେ ସହର ବଢ଼ିବା ପରେ ନାରାୟଣୀ କ୍ଲବ୍ ରୋଡ୍‌ ଓ ଡାକବଙ୍ଗଳା ରୋଡ୍‌ରେ ବାସ କରୁଥିବା ଲୋକ ମା’ଙ୍କୁ ମଧ୍ୟ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ପୁରୁଖା ଲୋକଙ୍କ ମତ ଅନୁଯାୟୀ, ପ୍ରାୟ ୭୦ ବର୍ଷ ତଳେ ଏକ ଜରିଗଛ ମୂଳେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମା’ଙ୍କ ଛୋଟ ପଥର ମୂର୍ତ୍ତି ଓ କଳାଘୋଡ଼ା ଧଳାଘୋଡ଼ା ୨ଟି ପଥର ଭିତର ଛାଉଣି କରି ରଖାଯାଇଥିଲା। କ୍ରମେ ଭୀମଟାଙ୍ଗି ଆଡ଼କୁ ସହର ବଢ଼ିବାକୁ ଲାଗିଲା। ସେତେବେଳେ ଅଳ୍ପ ଭକ୍ତଙ୍କୁ ନେଇ ମା’ଙ୍କର ପଣା ସଂକ୍ରାନ୍ତି ପୂଜା କରାଯାଉଥିଲା। ମା’ଙ୍କ ମହିମା ଲୋକଲୋଚନକୁ ଆସିବା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଥିଲା।

ଜମେଶ୍ବରପାଟଣା ଅଧିବାସୀ ଦେବୀଙ୍କୁ ଆଉ ଗଛମୂଳେ ନରଖିବାକୁ ନିଷ୍ପତ୍ତି ନେବା ପରେ ପ୍ରାୟ ୪୦ବର୍ଷ ତଳେ ମା’ଙ୍କ ମନ୍ଦିର ନିର୍ମାଣ କରାଯାଇଛି। ଏବେ ଜମେଶ୍ବରପାଟଣା, ଦୁଲ୍ଲାଦେବୀ ରୋଡ୍‌, ମଠସାହିର ବହୁ ଶ୍ରଦ୍ଧାଳୁ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଆଖପାଖ ୪ଶହ ପରିବାର ବିବାହ, ବ୍ରତଘରରେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଅନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯାଏ। ନିଷ୍ଠାର ସହିତ ମା’ଙ୍କ ପାଖରେ ନଡ଼ିଆ ଯାଚିଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ସାହିରେ କାହାର କିଛି ଜିନିଷ ହଜିଲେ କିମ୍ବା ଯେ କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ନଡ଼ିଆ ଯାଚିଥାନ୍ତି। ସ୍ବତନ୍ତ୍ର ଦିନମାନଙ୍କ ବ୍ୟବତୀତ ସଂକ୍ରାନ୍ତିରେ ସ୍ବତନ୍ତ୍ର ଭୋଗ ଲାଗି ହୁଏ। ସେହିପରି ସାହି ବାସିନ୍ଦାଙ୍କ ମନସ୍କାମନା ପୂରଣ ହେଲେ ଖୁସିରେ ମା’ଙ୍କ ପାଖେ ଭୋଗ ଦିଅନ୍ତି। ମା’ଙ୍କ ଗାଧୋଇବା ସହ ମାଜଣା କରନ୍ତି। ୫୦ବର୍ଷ ହେଲା ମା’ଙ୍କୁ ସାହିର ଯୁବକ ଓ ମହିଳାମାନେ ପୂଜା କରୁଛନ୍ତି। ଠାକୁରାଣୀଙ୍କ ଝାମୁଯାତ୍ରା, ଯଜ୍ଞ ଓ ଦଶହରା ପୂଜା ମଧ୍ୟ ଜାକଜମକରେ ହୁଏ।

ରିପୋର୍ଟ: ଲିଙ୍ଗରାଜ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe