ସାହା ହୋଇଥା’ଲୋ ମାଆ: ତମାଣ୍ଡୋର ଗ୍ରାମଦେବତୀ ମା’ କ୍ଷେତ୍ରପାଳ

Advertisment

ତମାଣ୍ଡୋରେ ଗ୍ରାମଦେବତୀ ରୂପେ ମା’ କ୍ଷେତ୍ରପାଳ ପୂଜା ପାଉଛନ୍ତି। ଶହ ଶହ ବର୍ଷ ତଳେ ବରଗଛ ମୂଳେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମା’ଙ୍କର କୁନି ପଥର ମୂର୍ତ୍ତି ଓ କଳାଘୋଡ଼ା ଧଳାଘୋଡ଼ା ଖୋଲା ଆକାଶ ତଳେ ପୂଜା ପାଉଥିଲେ।

ତମାଣ୍ଡୋରେ ଗ୍ରାମଦେବତୀ ରୂପେ ମା’ କ୍ଷେତ୍ରପାଳ ପୂଜା ପାଉଛନ୍ତି। ଶହ ଶହ ବର୍ଷ ତଳେ ବରଗଛ ମୂଳେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମା’ଙ୍କର କୁନି ପଥର ମୂର୍ତ୍ତି ଓ କଳାଘୋଡ଼ା ଧଳାଘୋଡ଼ା ଖୋଲା ଆକାଶ ତଳେ ପୂଜା ପାଉଥିଲେ।

ffdcvcvcv

ଖଣ୍ଡଗିରି: ତମାଣ୍ଡୋରେ ଗ୍ରାମଦେବତୀ ରୂପେ ମା’ କ୍ଷେତ୍ରପାଳ ପୂଜା ପାଉଛନ୍ତି। ଶହ ଶହ ବର୍ଷ ତଳେ ବରଗଛ ମୂଳେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମା’ଙ୍କର କୁନି ପଥର ମୂର୍ତ୍ତି ଓ କଳାଘୋଡ଼ା ଧଳାଘୋଡ଼ା ଖୋଲା ଆକାଶ ତଳେ ପୂଜା ପାଉଥିଲେ। ପରେ ପଥର ଭିତର ଛାଉଣି କରି ରଖାଯାଇଥିଲା। ୧୯୮୫ ମସିହା ବେଳକୁ ମା’ଙ୍କ ମହିମା ଜାଣି ଗ୍ରାମବାସୀ ମନ୍ଦିର ନିର୍ମାଣ କରିଥିଲେ। ଗ୍ରାମକୁ ସୁରକ୍ଷା ଦେବା ପାଇଁ ମା’ଙ୍କ ନିକଟରେ ଏକାଦଶୀରେ ପଣା ଲାଗିହୁଏ।

ଚୈତ୍ର ମାସରେ ମା’ଙ୍କ ବାସନ୍ତୀ ପୂଜା କରାଯାଏ। ସେହି ସମୟରେ ମା’ଙ୍କ ପାଖରେ ଆମିଷ ଭୋଗ ଲାଗି କରାଯାଏ। ଗ୍ରାମରେ ବିବାହ, ବ୍ରତଘର ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯା‌ଏ। ନିଷ୍ଠାର ସହିତ ମା’ଙ୍କ ପାଖରେ ଗୁଆ ନଡ଼ିଆ ବସାଇଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ମା’ଙ୍କୁ ଏବେ ରେଖା ବାରିକ ପୂଜା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe