ସହିଦ ଦିବାକର ଜୟନ୍ତୀ

Advertisment
ସହିଦ ଦିବାକର ଜୟନ୍ତୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସହିଦ ରଘୁ ଦିବାକର ସ୍ମୃତି କମିଟି ପକ୍ଷରୁ ସହିଦ ଦିବାକରଙ୍କ ୧୦୭ତମ ଜନ୍ମ ବାର୍ଷିକ ନେହେରୁ ଯୁବ ପ୍ରତିଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସାଂସଦ ବୈଷ୍ଣବଚରଣ ପରିଡ଼ା ମୁଖ୍ୟ ଅତିଥି ଏବଂ ଐତିହାସିକ ତଥା ଶିକ୍ଷାବିତ୍‌ ସତ୍ୟବାଦୀ ବଳିୟାରସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇ ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇଥିବା ବିଦ୍ରୋହୀ ଦିବାକର ପରିଡ଼ାଙ୍କ ବୀରତ୍ୱ ବାବଦରେ ଆଲୋକପାତ କରିଥିଲେ।

କମିଟିର ସଭାପତି ସୌଦାମିନୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ତାପଙ୍ଗ ଦଳବେହେରା ସ୍ମୃତି କମିଟିର ସଭାପତି ଇଂ ଶିଶିର କୁମାର ନାୟକ, ଉଚ୍ଚଶିକ୍ଷା ବିଭାଗର ଏଡିପିଆଇ ପ୍ରଫେସର ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସମାଜସେବୀ ଆଡ୍‌ଭୋକେଟ୍‌ ଦିଲ୍ଲୀପ କୁମାର ନନ୍ଦ ଏବଂ ଉତ୍କଳ ବିକାଶ ପରିଷଦର ସାଧାରଣ ସମ୍ପାଦକ ଋଷି କୁମାର ଗୁମାନସିଂହ ପ୍ରମୁଖ ସମ୍ମାନିତ ଭାବେ ଯୋଗଦେଇ ଦେଶ ପାଇଁ ସହିଦ ହୋଇଥିବା ଦିବାକରଙ୍କ ବିଦ୍ରୋହୀ ଓ ଦେଶଭକ୍ତି ବ୍ୟକ୍ତିତ୍ୱ ବିଷୟରେ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe