ସହିଦନଗର ହାଟକୁ ଖୋଲା ହାଟ କରିବାକୁ ଦାବି

Advertisment
ସହିଦନଗର ହାଟକୁ ଖୋଲା ହାଟ କରିବାକୁ ଦାବି

ଭୁବନେଶ୍ୱର : ବିଏମ୍‌ସି- ଭବାନୀ ମଲ୍‌ ନିର୍ମାଣ ପୂର୍ବରୁ ସହିଦନଗର ହାଟରୁ ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଉଠାଇ ଦିଆଗଲା। କିନ୍ତୁ ଆଜି ପର୍ଯ୍ୟନ୍ତ କାହାକୁ ଦୋକାନ ଘର ମିଳିଲାନି। ଏପଟେ ବର୍ତ୍ତମାନ ଥିବା ହାଟକୁ ଏକ ଖୋଲା ହାଟ କରିବାକୁ ବାରମ୍ବାର ଦାବି ହେଉଥିଲେ ହେଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ହାଟର ବ୍ୟବସାୟୀଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ସୃଷ୍ଟି କରିବାକୁ ହାଟ ପରିସରରେ ଏବେ ବେଆଇନ ନିର୍ମାଣ ହେଉଛି ବୋଲି ସହିଦନଗର ହାଟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

ହାଟରେ ବେଆଇନ ନିର୍ମାଣକୁ ଉଚ୍ଛେଦ ଏବଂ ତୁରନ୍ତ ଖୋଲା ହାଟ ଘୋଷଣା ଦାବିରେ ଆଜି ସଂଘ ପକ୍ଷରୁ ସହିଦନଗର ଥାନା ଅଧିକାରୀଙ୍କୁ ଭେଟି ଦାବିପତ୍ର ଦିଆଯାଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସଂଘର ସଭାପତି ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ସହିଦ ନଗର ହାଟ ବ୍ୟବସାୟୀଙ୍କୁ ବିଏମ୍‌ସି ଭବାନୀ ମଲ୍‌ରେ ପିଣ୍ଡି ଦିଆଯିବ ବୋଲି କୁହାଯାଉଥିଲେ ହେଁ ଆଜି ପର୍ଯ୍ୟନ୍ତ ମିଳୁନି। ଏପଟେ ହାଟରେ ବ୍ୟବସାୟ ବଢ଼ାଇବା ପାଇଁ ଏହାକୁ ଖୋଲା ହାଟର ମାନ୍ୟତା ଦେବାକୁ ୫ବର୍ଷ ହେଲା ସାଧାରଣ ପ୍ରଶାସନକୁ ବିଏମ୍‌ସି ମାଧ୍ୟମରେ ଦାବିପତ୍ର ଦିଆଯାଇଥିଲେ ବି କିଛି ପଦକ୍ଷେପ ନିଆଯାଉନି। ବରଂ କେତେକ ଅସାଧୁ ବ୍ୟକ୍ତିଙ୍କ ଇଙ୍ଗିତରେ ଏବେ ହାଟ ପରିସରରେ ବେଆଇନ ଭାବେ ଘର ନିର୍ମାଣ ହେଉଛି। ଏହା ଉପରେ ତୁରନ୍ତ ରୋକ୍‌ ଲଗାଇବା ସହ ସାଧାରଣ ପ୍ରଶାସନ ବିଭାଗ ତୁରନ୍ତ ଜମି ପ୍ରଦାନ କରୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏ ନେଇ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ସଂଘର ଦାବିକୁ ଆମେ ସାଧାରଣ ପ୍ରଶାସନ ବିଭାଗକୁ ପଠାଇ ଦେଇଛୁ। ସାଧାରଣ ପ୍ରଶାସନ ବିଭାଗ ଜମି ଦେଲେ ଏହାର ଡିପିଆର୍‌ ପ୍ରସ୍ତୁତ କରି ଖୋଲା ହାଟ କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe