ଉତ୍କଳ ବିଶ୍ୱବିଦ୍ୟାଳୟରେ ସହିଦ ଦିବସ

Advertisment
ଉତ୍କଳ ବିଶ୍ୱବିଦ୍ୟାଳୟରେ ସହିଦ ଦିବସ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ, ଆଲୁମିନି କନେକ୍ଟ ଓ ଏନ୍ଏସ୍ଏସ୍ ଶାଖାର ମିଳିତ ସହଯୋଗରେ ଆଜି ସହିଦ ଦିବସ ପାଳିତ ହୋଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପୁରାତନ ଛାତ୍ରସଂଘ ସଭାପତି ବିଜୟ କୁମାର ପଟ୍ଟନାୟକ, ସମ୍ପାଦକ ପ୍ରଫେସର ଅଶୋକ ଦାସ ପ୍ରମୁଖ କ୍ୟାମ୍ପସରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସହକାରୀ ପ୍ରଫେସର ଆଶିଷ କୁମାର ପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ମିତାଲୀ ଚିନ୍ନାରା ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଅହିଂସା ସ୍ଥଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସଫେଇ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ରସଂଘ ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟି, କାର୍ଯ୍ୟକାରୀ କମିଟି ସଦସ୍ୟ ରାଧାକାନ୍ତ ପାଣି, ତପନ ଜେନା, ସନ୍ତୋଷ ସେଠୀ, ନାରାୟଣ ତ୍ରିପାଠୀ, ଦିଲୀପ ମିଶ୍ର, ସନ୍ତୋଷ ମହାପାତ୍ର, ଆଲୁମିନି କନେକ୍ଟ ସଂଯୋଜକ ସୁଜିତ ଆଚାର୍ଯ୍ୟ, ପ୍ରଫେସର ଭାଶ୍ବତୀ ପଟ୍ଟନାୟକ, ଏନ୍ଏନ୍ଏସ୍ ସଂଯୋଜକ ବ୍ରଜ ନାରାୟଣ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe