ଭୁବନେଶ୍ବର: ବାହୁବଳୀ ଚଳଚ୍ଚିତ୍ରରେ ସମଗ୍ର ବିଶ୍ବରେ ଚର୍ଚ୍ଚିତ ବାହୁବଳୀ ତାରକା ପ୍ରଭାସଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଅନେକ ଉତ୍ସୁକତାର ସହ ଅପେକ୍ଷା କରି ରହିଥିବା ବେଳେ ‘ସାହୋ’ ଚଳଚ୍ଚିତ୍ର ଦର୍ଶକଙ୍କ ଏହି ଆକାଂକ୍ଷାକୁ ପୂରଣ କରିଛି। ଏହି ଚଳଚ୍ଚିତ୍ର କେବଳ ପ୍ରଥମ ଦିନରେ ବିଭିନ୍ନ ଭାଷାରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରି ରେକର୍ଡ କରିଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏକ କୁଖ୍ୟାତ ପାଇରେସି ଗ୍ରୁପ୍ ‘ସାହୋ’ ଚଳଚ୍ଚିତ୍ରର ପାଇରେସି ଭର୍ସନକୁ ଅନ୍ଲାଇନ୍ରେ ଛାଡ଼ିଦେଇଥିଲା। ଫଳରେ ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ରର ବ୍ୟବସାୟ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତାମିଲ୍ ରକର୍ସ ସାଇଟ୍ରେ ଏହି ପାଇରେସି ଭର୍ସନ ଦେଖିବାକୁ ମିଳିଥିଲା। ଫଳରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଡାଉନ୍ଲୋଡ୍ କରାଯାଇ ପାରୁଥିଲା। ପ୍ରକ୍ସି ସର୍ଭରର ସହାୟତା ନେଇ ଅନେକ ଅନ୍ଲାଇନ୍ରେ ଏହି ପାଇରେସି ନକଲକୁ ଡାଉନ୍ଲୋଡ୍ କରିଥିଲେ। ତେବେ ଏହା ପ୍ରଥମଥର ପାଇଁ ହୋଇନାହିଁ। ପୂର୍ବରୁ ଫିଲ୍ମ ନିର୍ମାଣର ପ୍ରଥମ ସପ୍ତାହରେ ଅନେକ ଫିଲ୍ମର ପାଇରେସି ନକଲ କରି ତାମିଲ୍ ରକର୍ସ ଚର୍ଚ୍ଚାକୁ ଆସିଥିଲା। ଜଜ୍ ମେଣ୍ଟାଲ୍ ହୈ କ୍ୟା, ପେଟା, ଗଲିବୟ, ଠଗ୍ସ ଅଫ୍ ହିନ୍ଦୁସ୍ତାନ, ଟୁ ପଏଣ୍ଟ୍ ଜିରୋ, ମାଜିଲି, ଆଇ ସ୍ମାର୍ଟ ଶଙ୍କର, ଜର୍ସି, ଡିୟର କମ୍ରେଡ୍, ମହର୍ଷି, ଏଫ୍ଟୁ, ଚିତ୍ରଲହରୀ, ଏନ୍ଟିଆର୍, ଓଃ ବେବି ଭଳି ଚଳଚ୍ଚିତ୍ରର ପାଇରେସି ନକଲ ଅନ୍ଲାଇନ୍ରେ ଛାଡ଼ି ବଦନାମର ଶିକାର ହୋଇଛି। ଏନେଇ ସମ୍ପୃକ୍ତ ଫିଲ୍ମ ନିର୍ମାତାମାନେ ସାଇବର ସେଲ୍ରେ ଅଭିଯୋଗ ମଧ୍ୟ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us