ସାଇ ଭଜନରେ ଭିଜିଲେ ୧୦ ହଜାର ଭକ୍ତ

Advertisment
ସାଇ ଭଜନରେ ଭିଜିଲେ ୧୦ ହଜାର ଭକ୍ତ

ଖଣ୍ଡଗିରି : ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ପଡ଼ିଆ ହୋଇ ଯାଇଥିଲା ସାଇମୟ। ‘ସାଇ ତେରେ ପ୍ୟାର୍‌ ମେଁ, ମେରେ ମନ୍‌ ମେଁ ହେ ସାଇ, ଚାହେ ରାମ କହୋ ଓ ହେ ସାଇ ରାମ୍‌’ ଭଳି ଭକ୍ତି ରସାମୃତ ଭଜନରେ ପ୍ରାୟ ୧୦ ହଜାର ଭକ୍ତ ମଜି ଯାଇଥିଲେ। ଶୀତୁଆ ସନ୍ଧ୍ୟାରେ ଭାବପୂର୍ଣ୍ଣ ସାଇଭଜନ ଶ୍ରଦ୍ଧାଳୁମାନଙ୍କଠାରୁ ଶୀତ ଛଡ଼େଇ ନେଇଥିଲା। ଏଭଳି ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ୮ମ ମେଗା ସାଇ ଭଜନ ସମାରୋହ।

ଇଂ ଶ୍ରୀନିବାସ ଘଟୁଆରୀଙ୍କ ସଂଯୋଜନାରେ ସାଇ ଶାନ୍ତି ଚାରିଟେବ୍‌ଲ ଓ ଏଜୁକେସନାଲ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଓ ଛତିଶଗଡ଼ର କଣ୍ଠଶିଳ୍ପୀମାନେ ଭଜନ ଗାଇଥିଲେ। ଛତିଶଗଡ଼ର ଦିଲ୍ଲୀପ ଷଡ଼ଙ୍ଗୀ, ଅନୀଲ ବାଓରାଙ୍କ ସମେତ ଓଡ଼ିଶାର ଟି ସୌରୀ, ପ୍ରଦୀପ, ମୋନାଲି, ମୀରା ପଣ୍ଡା, ଅର୍ପିତା, ସ୍ୱର୍ଣରେଖା ଓ ମନସ୍ୱିନୀଙ୍କ କଣ୍ଠର ଯାଦୁ ସାଇ ଭକ୍ତମାନଙ୍କୁ ଭକ୍ତିରେ ବାନ୍ଧି ରଖିଥିଲା। କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଅମର ପ୍ରଧାନ, ଦେବାଶିଷ ନାୟକ, ଦିବ୍ୟଜ୍ୟୋତି ପଟ୍ଟନାୟକ, ଶିରିଡ଼ି ସାଇବାବା ସଂସ୍ଥାନ ଟ୍ରଷ୍ଟି ଯୋଗିତା ଅଭୟ ସିକ୍ଳୀ ପାଟିଲ୍‌, ଅଭୟ ଦତ୍ତାତ୍ରେୟ ସିକ୍ଳୀ ପାଟିଲ୍‌, ଅମିୟ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜକ ଟ୍ରଷ୍ଟ ପକ୍ଷରୁ ମାନସ ରଂଜନ ଚୌଧୁରୀ ଓ ପବିତ୍ର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe