ସାଇ ଭକ୍ତିରସରେ ଭିଜିଲା ବରମୁଣ୍ଡା ପଡ଼ିଆ, ତୁମଠୁ ଆରମ୍ଭ ପ୍ରଭୁ ତୁମଠାରେ ଶେଷ

ସାଇ ଭକ୍ତିରସରେ ଭିଜିଲା ବରମୁଣ୍ଡା ପଡ଼ିଆ, ତୁମଠୁ ଆରମ୍ଭ ପ୍ରଭୁ ତୁମଠାରେ ଶେଷ

ଖଣ୍ଡଗିରି: ତୁମଠୁ ଆରମ୍ଭ ପ୍ରଭୁ ତୁମଠାରେ ଶେଷ, ବ୍ରହ୍ମରୁ ଶୁଭୁଛି ଶୁଣ ଓମ୍ ସାଇନାଥ, ଶିରିଡ଼ିବାଲେ- ‌ତେରା ହୋ ଯାଉଁ, ଏମିତି ବହୁ ସାଇ ଭଜନର ଭକ୍ତିରସରେ ଭିଜି ଯାଇଥିଲା ବରମୁଣ୍ଡା ଦୁର୍ଗାପୂଜା ପଡ଼ିଆ। ହଜାର ହଜାର ସାଇ ଶ୍ରଦ୍ଧାଳୁଙ୍କ ମୁହଁରୁ ହରିବୋଲ, ହୁଳହୁଳି ଶବ୍ଦ ସାଙ୍ଗକୁ ସାଇଥନାଥ ମହାରାଜ କି ଜୟ ଧ୍ବନିରେ କମ୍ପି ଉଠୁଥିଲା ପରିବେଶ। ବୁଧବାର ସନ୍ଧ୍ୟାରେ ଯାଜପୁର ସାଇ ଶାନ୍ତି ଚାରିଟେବ୍‌ଲ ଆଣ୍ଡ ଏଜୁକେସନାଲ୍‌ ଟ୍ରଷ୍ଟ ସାଇନାଥ ପକ୍ଷରୁ ଆୟୋଜିତ ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଏମିତି ଥିଲା ଭକ୍ତି ଓ ଶ୍ରଦ୍ଧାର ମାହୋଲ୍‌। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ ପୂର୍ବତନ ସାଂସଦ ଅମର ପ୍ରଧାନ ଅତିଥିଭାବେ ଉପସ୍ଥିତ ରହି ସାଇ ଶ୍ରଦ୍ଧାଳୁମାନଙ୍କୁ ଉତ୍ସାହିତ କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇ ଯାଇଥିବା ସାଇ ଭଜନ ପ୍ରତିଯୋଗିତାର କୃତୀ ଶିଶୁ କଳାକାରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶୁଭ୍ରାଂଶୁ ବିଶୋୟୀ, ଆଙ୍କାକ୍ଷା ସାହୁ, ଆଶୀର୍ବାଦ ସାମଲ ଓ ଶ୍ରୀଦିଷ୍ଣା ବିନ୍ଧାଣି ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ପୁରସ୍କୃତ ହୋଇଥିଲେ। ପରେ ପ୍ରଫୁଲ୍ଲ ବେହେରା, ମୋନାଲି ମଧୁସ୍ମିତା, ଅଭିରାମ, ସଂଚିତା, ପ୍ରଦୀପ ପଲେଇ ପ୍ରମୁଖ ସାଇ ଭଜନ ଗାଇ ଶ୍ରଦ୍ଧାଳୁମାନଙ୍କ ମନ କିଣି ନେଇଥିଲେ। ମାନସ ଚୌଧୁରୀଙ୍କ ପରିଚାଳନାରେ କେ-୧ ଲାଇଫ୍ ପରିବାର ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବଜ୍ୟୋତି ପଟ୍ଟନାୟକ, ଜନ୍ମେଜେୟ ଲେଙ୍କା, ଅର୍ଚ୍ଚନା ସାମଲ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe