‘ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଦେଶର ଶ୍ରେଷ୍ଠ ସ୍କୁଲ’

Advertisment
‘ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଦେଶର ଶ୍ରେଷ୍ଠ ସ୍କୁଲ’

ଭୁବନେଶ୍ବର: ଏଜୁକେସନ୍ ୱାଲ୍‌ର୍ଡ ଇଣ୍ଡିଆ ସ୍କୁଲ୍ ରୢାଙ୍କିଙ୍ଗ୍‌ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ କ୍ରମାଗତ ଦ୍ୱିତୀୟଥର ଶ୍ରେଷ୍ଠ ସ୍କୁଲ୍‌ ମାନ୍ୟତା ହାସଲ କରିଛି। ଏଥିସହ ଓଡ଼ିଶାରେ ମଧ୍ୟ ଏକ ନମ୍ବର ସ୍କୁଲର ମାନ୍ୟତା ପାଇଛି। ସର୍ବଭାରତୀୟସ୍ତରରେ ଡେ’ କମ୍ ବୋର୍ଡିଂ ବିଭାଗରେ ସ୍କୁଲକୁ ଏଭଳି ସଫଳତା ମିଳିଛି। ୨୦୨୦ରେ ମଧ୍ୟ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦେଶର ଶ୍ରେଷ୍ଠ ସ୍କୁଲ୍‌ର ମାନ୍ୟତା ପାଇଥିଲା। ସେହିପରି ଦିଲ୍ଲୀସ୍ଥିତ ଡିପିଏସ୍ ଆର୍‌କେପୁରମ୍‌ ଏହି ବର୍ଗରେ ଦ୍ବିତୀୟ ଓ ଦିଲ୍ଲୀର ବାରଖମ୍ବାସ୍ଥିତ ମଡର୍ଣ୍ଣ ସ୍କୁଲ ତୃତୀୟ ସ୍ଥାନରେ ରହିଛି।

ଏଜୁକେସନ୍‌ ୱାର୍ଲଡ୍‌ ଇଣ୍ଡିଆର ୧୫ତମ ସଂସ୍କରଣରେ ସ୍କୁଲ୍ ରାଙ୍କିଙ୍ଗ୍ ସର୍ଭେରେ ଦେଶର ଏକ ହଜାର ସ୍କୁଲ ମଧ୍ୟରେ ଚୟନ କରାଯାଇଥିଲା। ଏକାଡେମିକ୍‌ ପ୍ରତିଷ୍ଠା, ଅନଲାଇନ୍ ଶିକ୍ଷା ଦକ୍ଷତା, ଅଭିଭାବକଙ୍କ ଯୋଗଦାନ, ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦକ୍ଷତା ପରି ୧୪ଟି ପାରାମିଟରକୁ ବିଚାରକୁ ନେଇ ଏହି ଚୟନ ପ୍ରକ୍ରିୟା ହୋଇଥିଲା। କରୋନା ମହାମାରୀ ସମୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସାଇ ଇଣ୍ଟରନ୍ୟାସନାଲ୍‌ର ପ୍ରତିଷ୍ଠାତା ସ୍ୱର୍ଗତ ବିଜୟ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ନିରବଚ୍ଛିନ୍ନ ଶ୍ରେଣୀ ଶିକ୍ଷା ସହ ଯୋଡ଼ିବା ପାଇଁ ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ ଉପଯୋଗ କରି ଅନଲାଇନ୍ ଶିକ୍ଷାର ଆରମ୍ଭ କରିଥିଲେ।

ସାଇ ଇଣ୍ଟରନ୍ୟାସନାଲ୍‌ର ଟେକ୍ନୋଲୋଜିକୁ ଏକ ଉପକରଣ ଭାବେ ଗ୍ରହଣ କରି କ୍ରମାଗତ ଭାବେ ଅନୁସନ୍ଧାନ ଓ ଉଦ୍ଭାବନ କରିଆସୁଛି। ଯାହା କେବଳ ବିକାଶଶୀଳ ପରସ୍ଥିତି ସହ ଖାପ ଖୁଆଇବା ପାଇଁ ନୁହେଁ, ବରଂ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ବହୁମୂଲ୍ୟ ଶିକ୍ଷା ପାଇଁ ଏକ ପଥ ପରିଷ୍କାର କରିଛି। ଏହି ପୁରସ୍କାର ସାଇ ଇଣ୍ଟରନ୍ୟାସନାଲ୍ ଗ୍ରୁପ୍‌ର ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ସ୍କୁଲର ଚେୟାରପର୍ସନ୍‌ ଶିଳ୍ପୀ ସାହୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଓଡ଼ିଶାକୁ ସ୍କୁଲ ଶିକ୍ଷା କ୍ଷେତ୍ରରେ ଜାତୀୟସ୍ତରରେ ଏହା ଏକ ନୂଆ ପରିଚୟ ସୃଷ୍ଟି କରାଇବ। ଶିକ୍ଷା ମାଧ୍ୟମରେ ଏକ ଉନ୍ନତ ଭାରତ ଗଠନ କରିବାର ସଂକଳ୍ପ ଓ ପ୍ରଚେଷ୍ଟା ଆଗାମୀ ଦିନରେ ଏମିତି ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe