ସାଇ ସନ୍ତୋଷଙ୍କ ସଂଗୀତ ପ୍ରେମ, ପେସାରେ ଇଞ୍ଜିନିୟର ନିଶା ସଂଗୀତ

Advertisment
ସାଇ ସନ୍ତୋଷଙ୍କ ସଂଗୀତ ପ୍ରେମ, ପେସାରେ ଇଞ୍ଜିନିୟର ନିଶା ସଂଗୀତ

କଟକ: ପେସାରେ ଜଣେ ଆଇଟି ଇଂଜିନିୟର ହୋଇଥିଲେ ବି ନିଶା ତାଙ୍କର ଗୀତ ଗାଇବା। ଛୋ‌ଟ ବେ‌ଳୁ ସଂଗୀତ ପ୍ରତି ଥିବା ପ୍ରବଳ ଦୁର୍ବଳତାକୁ ଏବେ ସେ ଲୋକଙ୍କ ନିକଟରେ ପହଞ୍ଚାଇବା‌ରେ ସଫଳ ହୋଇପାରିଛନ୍ତି। ଭଗବାନଙ୍କ ପ୍ରତି ଥିବା ନିଜ ଭଲ ପାଇବାକୁ ସଂଗୀତ ମାଧ୍ୟମରେ ପ୍ରକାଶ କରୁଛନ୍ତି ଯୁବ ଇଂଜିନିୟର୍‌ ସାଇ ସନ୍ତୋଷ କୁମାର। କୌଣସି ଔପଚାରିକ ତାଲିମ ନ ଥାଇ ବି ସାଧନା ଓ ଭଗବାନଙ୍କ ଆଶୀର୍ବାଦକୁ ପାଥେୟ କରି ‌ସେ ଗାଉଛନ୍ତି ଗୀତ। ତେବେ, ତାହା ଆଧୁନିକ ଅଥବା ଚଳଚ୍ଚିତ୍ର ସଂଗୀତ ନୁହେଁ। ବରଂ, ସାଇବାବାଙ୍କ ପ୍ରତି ଭକ୍ତି ଓ ଭଲ ପାଇବାକୁ ସେ ସାଇ ଭଜନ ମାଧ୍ୟମରେ ପ୍ରକାଶ କରୁଛନ୍ତି।

publive-image

ମହାନଦୀବିହାରର ଭୀମସେନ ଦାଶ ଓ ଶକୁନ୍ତଳା ଦାଶଙ୍କ ପୁଅ ୪୧ବର୍ଷୀୟ ସାଇ ସନ୍ତୋଷ କୁମାର ପେସାରେ ଜଣେ ଆଇଟି ଇଞ୍ଜିନିୟର ଓ ସରକାରୀ କର୍ମଚାରୀ। ହେଲେ, ଛୋଟବେଳୁ ସଂଗୀତ ପ୍ରତି ଥିବା ଦୁର୍ବଳତା ଓ ନିଶାକୁ ଗୀତ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ସବୁବେଳେ ଉଦ୍ୟମରତ। ସେଇ କାରଣରୁ ପାଠପଢ଼ା ସହ ସବୁବେଳେ ଗୀତ ଅଭ୍ୟାସ କରନ୍ତି। ୩ବର୍ଷ ବୟସରୁ ତବଲା ବଜାଇବା ଶିଖିଥିଲେ। ଗୀତ ଗାଇବା ପାଇଁ କୌଣସି ତାଲିମ ନେଇ ନଥିଲେ ବି ତବଲା ବଜାଇ ନିଜ ସ୍ବର ସଂଯୋଜନାରେ ଗୀତ ଗାଇଥାନ୍ତି ସେ। ଏହା ଆଧାରରେ ମାତ୍ର ୧୯ବର୍ଷ ବୟସରେ ନିଜେ କମ୍ପୋଜ୍‌ କରିଥିବା ସାଇ ଭଜନ ଗାଇଥିଲେ ଯାହା ‌ଜେଇ ଷ୍ଟୁଡ଼ିଓରେ ରେକର୍ଡିଂ ହୋଇଥିଲା। ପରେ ସେ ଗାଇଥିବା ସାଇ ଭଜନର ଭିଡ଼ିଓକୁ ୟୁଟ୍ୟୁବରେ ସେୟାର କରିବାରେ ତାହା ବେଶ୍‌ ଚର୍ଚ୍ଚାରେ ରହିଥିଲା ଓ ପ୍ରଶଂସା ସାଉଣ୍ଟିଥିଲା। ଏ ସମ୍ପର୍କରେ ସେ କହନ୍ତି, ‘ଛୋଟବେଳୁ ସଂଗୀତ ପ୍ରତି ଆଗ୍ରହ ଥିଲା। ଏଥିପାଇଁ ଘରେ ବହୁବାର ଗାଳି ଶୁଣିଛି। ‌ହେଲେ, କେବେ ବି ଗୀତ ଗାଇବା ଓ ଶୁଣିବା ବନ୍ଦ କରିନି। ପାଠ ପଢ଼ାରୁ ସମୟ କାଢ଼ି ଘରେ ଲୁଚି ଲୁଚି ଗୀତ ଶୁଣେ ଓ ଗାଏ। ସଂଗୀତ ବିଦ୍ୟାଳୟ କରି ମାଗଣାରେ ଗୀତ ଶିଖାଇବା ମୋର ଲକ୍ଷ୍ୟ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe