ଶୈଳବାଳା ମହିଳା କଲେଜ ମାମଲା ହାଇକୋର୍ଟରେ ଖାରଜ

Advertisment

କଟକ ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପଥ ପରିଷ୍କାର

କଟକ ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପଥ ପରିଷ୍କାର

ଅଙ୍ଗ ନଦୀ ଉପରେ ବିଜୁ ସେତୁ ନିର୍ମାଣ ମାମଲା: ପଞ୍ଚାୟତିରାଜ ବିଭାଗର ସତ୍ୟପାଠ; ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

India Legal

କଟକ: କଟକ ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପାଇଁ କଟକ ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣ ବିରୋଧରେ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ପୁରାତନ ଛାତ୍ରୀସଂଘର ଆବେଦନକୁ ଖାରଜ କରିଛନ୍ତି।

ହାଇକୋର୍ଟରେ କଟକ ଜିଲ୍ଲାପାଳ ଦାଖଲ କରିଥିବା ସତ୍ୟପାଠ ଓ କଟକ ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ବିବରଣୀରୁ ସ୍ପଷ୍ଟ ହୋଇଥିଲା ଯେ କଲେଜ ଖେଳପଡ଼ିଆ ଭାବେ ବ୍ୟବହୃତ ହେଉଥିବା କିଛି ଜମିକୁ ସର୍ବସାଧାରଣ ରାସ୍ତା ସଂପ୍ରସାରଣ ପାଇଁ ବ୍ୟବହାର ଲାଗି ଯୋଜନା ରହିଛି। ଏଥିପାଇଁ କଲେଜ ଲାଗି ବିକଳ୍ପ ଖେଳ ପଡ଼ିଆ ବ୍ୟବସ୍ଥା କରାଯିବ।

ଏହାଦ୍ବାରା କଲେଜ ଖେଳପଡ଼ିଆର ଆକାର ବି ବୃଦ୍ଧି ପାଇବ ବୋଲି ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ କଲେଜ ଜମିର କୌଣସି ଅଂଶ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେବାକୁ ନାହିଁ। କେବଳ ସର୍ବସାଧାରଣ ରାସ୍ତାର ସଂପ୍ରସାରଣ ପାଇଁ କଲେଜର ଜମି ବ୍ୟବହାର କରାଯିବ। ଏଥିସହ ଏବେ ରହିଥିବା ଖେଳପଡ଼ିଆ ବ୍ୟବସ୍ଥା ଅଧିକ ବୃଦ୍ଧି ପାଇବ। ଏଭଳି ସ୍ଥିତିରେ ଆବେଦନକାରୀଙ୍କ ଆଶଙ୍କାର କୌଣସି ଆଧାର ନାହିଁ। ତେଣୁ କୋର୍ଟ ଶୈଳବାଳା ମହିଳା ସ୍ବୟଂଶାସିତ କଲେଜ ପୁରାତନ ଛାତ୍ରୀ ସଂଘ (ଆଲୁମିନି) ଆବେଦନକୁ ଖାରଜ କରିଛନ୍ତି।

ଉଲ୍ଲେଖ‌ଯୋଗ୍ୟ ଯେ ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଚଣ୍ଡୀମନ୍ଦିର ଉନ୍ନତୀକରଣ ପାଇଁ ଏଥିରୁ କିଛି ଜମି ବ୍ୟବହାର ନେଇ ସ୍ପଷ୍ଟ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ କଲେଜର ଜମି ଅଧିଗ୍ରହଣକୁ ବିରୋଧ କରି ଦାୟର ଏହି ଆବେଦନରେ ଦର୍ଶାଯାଇଥିଲା ଯେ କଲେଜ ଜମିର କିଛି ଅଂଶ ଅଧିଗ୍ରହଣ ପାଇଁ ସରକାର ନିଷ୍ପତ୍ତି ନେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe