ଫେବ୍ରୁଆରି ୪ରେ ‘ସକ୍ଷମ ସାଇକ୍ଲୋଥନ୍‌’

ଫେବ୍ରୁଆରି ୪ରେ ‘ସକ୍ଷମ ସାଇକ୍ଲୋଥନ୍‌’

ଚନ୍ଦ୍ରଶେଖରପୁର : ଭବିଷ୍ୟତ ପିଢ଼ି ନିମନ୍ତେ ତୈଳ ଓ ଗ୍ୟାସ ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପେଟ୍ରୋଲିିୟମ କଂଜର୍ଭେସନ୍‌ ରିସର୍ଚ ଆସୋସିଏସନ୍‌ (ପିସିଆରଏ) ଓ ତୈଳ ଶିଳ୍ପଗୁଡିକ ପକ୍ଷରୁ ମିଳିତ ଭାବେ ଆସନ୍ତା ଫେବ୍ରୁଆରି ୪ ତାରିଖରେ ‘ସକ୍ଷମ ସାଇକ୍ଲୋଥନ’ ଅନୁଷ୍ଠିତ ହେବ। କେନ୍ଦ୍ର ତୈଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସାଇକ୍ଲୋଥନ୍‌କୁ କଳିଙ୍ଗ ଷ୍ଟାଡିୟମ୍‌ରୁ ସକାଳ ୫ଟାରେ ପତାକା ଦେଖାଇ ଉଦ୍‌ଘାଟନ କରିବେ।

ଏନେଇ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ତୈଳ କମ୍ପାନି ସମୂହ ପକ୍ଷରୁ କୁହାଯାଇଛି ଯେ ଏହି ସାଇକ୍ଲୋଥନ୍‌ କଳିଙ୍ଗ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇ ରାମମନ୍ଦିର-ଶିଶୁଭବନ ଛକ ହୋଇ ପୁନଶ୍ଚ କଳିଙ୍ଗ ଷ୍ଟାଡିୟମ୍‌ରେ ସମାପ୍ତ ହେବ। ଏହି ସାଇକ୍ଲୋଥନ୍‌ ତିନିଟି ବିଭାଗରେ ଆୟୋଜିତ ହେବ। ୩୩ କିମି ପେସାଦାର ରେସ୍‌ (ପୁରୁଷବର୍ଗ), ୨୨ କିମି ପେସାଦାର ରେସ୍‌ (ମହିଳାବର୍ଗ) ଏବଂ ୧୧କିମି ସାଧାରଣ ରେସ୍‌। ପ୍ରତ୍ୟେକ ବିଭାଗରେ ୩ ଜଣ ବିଜେତାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଏହାଛଡ଼ା ଲକି ଡ୍ର ମାଧ୍ୟମରେ ପ୍ରଥମ ୫୦ ଭାଗ୍ୟଶାଳୀ ବିଜେତାଙ୍କୁ ମାଗଣା ସାଇକେଲ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଇଚ୍ଛୁକ ପ୍ରତିଯୋଗୀମାନେ ବୁକ୍‌ ମାଇ ସୋ’ ମାଧ୍ୟମରେ ଅନଲାଇନ୍‌ରେ ଏବଂ ରାଜଧାନୀର ୯ଟି ପେଟ୍ରୋଲ ପମ୍ପରେ ପଞ୍ଜୀକରଣ କରିପାରିବେ।

ତୈଳ କଂପାନିଗୁଡ଼ିକର ରାଜ୍ୟ ସଂଯୋଜକ ପ୍ରୀତିଶ ଭରତ, ପିସିଆରଏର ସହ ନିର୍ଦ୍ଦେଶକ ଦେବାଶିଷ ରଣସିଂହ, ଗେଲ୍‌ର ମୁଖ୍ୟ ମହାପ୍ରବନ୍ଧକ ଏସକେ ପାଠକ, ବିପିସିଏଲର ରାଜ୍ୟ ମୁଖ୍ୟ (ଆର) ଦେବାଶିଷ ପାଲିତ, ଏଚ୍‌ପିସିଏଲ ର ସିଆରଏମ(ଆର) ଅଭୟଙ୍କର ଦାସ, ଆଇଓସିଏଲ ର ଡିଜିଏମ ମନୋଜ ସିହ୍ନା, ଓଆଇଏଲର ପ୍ରବନ୍ଧକ ଅନୁପ ମହାନ୍ତି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe