ଭୁବନେଶ୍ବର : ଅତ୍ୟନ୍ତ ମଧୁର ଉପାୟରେ ବି ପ୍ରତିଶୋଧ ନିଆଯାଇପାରେ। ମାଡ଼ଠାରୁ ବି ଏହା ଅଧିକ ଯନ୍ତ୍ରଣା ଦିଏ। ଲଜ୍ଜାବୋଧରେ ଶତ୍ରୁର ମୁଣ୍ଡ ନଇଁଯାଏ। ଖ୍ୟାତନାମା ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦେଶିତ ‘ଶଲାବୁଢ଼ାର ବଦ୍ଲା’ରୁ ଏପରି ଅନୁଭବ ନେଇଛନ୍ତି ଦର୍ଶକ। ଆଜି ଜୟଦେବ ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର ପ୍ରିମିୟର ସୋ’ରେ ଓଡ଼ିଆ ଭାଷାର ପ୍ରଥମ ଟ୍ରାଇଲୋଜି ଉପଭୋଗ କରିବାର ସୁଯୋଗ ପାଇଥିଲେ ଦର୍ଶକ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଏବେ ଦକ୍ଷିଣ ଭାରତ ଚଳଚ୍ଚିତ୍ରର କାହାଣୀକୁ କପି କରିବାରେ ଲାଗିଥିବା ବେଳେ ପ୍ରଥମଥର ପାଇଁ ମୌଳିକ ଓଡ଼ିଆ କାହାଣୀକୁ ଆଧାର କରି ‘ଶଲାବୁଢ଼ା’ ଓ ‘ଆଦିମ ବିଚାର’ ପରେ ‘ଶଲାବୁଢ଼ାର ବଦ୍ଲା’ ଭେଟିଦେବା ଶୁଭ ସୂଚନା ଦେଇଛି। ଏହି ଅବସରରେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର, ସଂଗୀତଜ୍ଞ ପ୍ରଫୁଲ୍ଲ କର, ନାଟ୍ୟକାର ବିଜୟ ମିଶ୍ର, ଅଭିନେତା ବିଜୟ ମହାନ୍ତି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ପ୍ରଯୋଜକ ଅକ୍ଷୟ ପରିଜା ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଉପସ୍ଥିତ ଥିଲେ। ମୁଖ୍ୟ ଅଭିନେତା ଅଟଳ ବିହାରୀ ପଣ୍ଡା ଓ ସହ ନିର୍ଦେଶକ କୁମାର ସି.ଦେବ ମହାପାତ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us