ବିଏମସିର ୧୬ ସୁପରଭାଇଜରଙ୍କ ଦରମା ବନ୍ଦ

Advertisment

ଭୋଟର-ଆଧାର ସଂ‌ଯୋଗୀକରଣରେ ନୈରାଶ୍ୟଜନକ ପ୍ରଦର୍ଶନ

ଭୋଟର-ଆଧାର ସଂ‌ଯୋଗୀକରଣରେ ନୈରାଶ୍ୟଜନକ ପ୍ରଦର୍ଶନ

ବିଶ୍ବସ୍ତରୀୟ ହସ୍ପିଟାଲ ପ୍ରସଙ୍ଗ: ଏମ୍‌ଓୟୁ କଲେ, ସଂସ୍ଥା ଆସିଲାନି

ଭୁବନେଶ୍ବର: ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟକ୍ରମର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ବିଏମ୍‌ସିର ୧୬ ସୁପରଭାଇଜରଙ୍କର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାରମ୍ବାର ତାଗିଦ୍‌ ସତ୍ତ୍ବେ ସେମାନେ ସହଯୋଗ ନ କରିବାରୁ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଜାତୀୟସ୍ତରରେ ନିନ୍ଦିତ ହୋଇଛି। ଏଣୁ ସେମାନଙ୍କର ଦରମା ବନ୍ଦ କରିବାକୁ ଭୁବନେଶ୍ବର ଉପଜିଲ୍ଲାପାଳ ବିଏମ୍‌ସି ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। ଏହି ତାଲିକାରେ ବିଏମ୍‌ସିର ୮ ୱାର୍ଡ ଅଫିସର ରହିଥିବା ବେଳେ ୮ ଶିକ୍ଷକ/ଶିକ୍ଷୟତ୍ରୀ ରହିଛନ୍ତି।
ଅଗଷ୍ଟ ୧ ତାରିଖରୁ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୯ ତାରିଖରୁ ୨୨ ତାରିଖ ମଧ୍ୟରେ ଦୁଆର ଦୁଆର ବୁଲି ଦିନକୁ ୫୦ ଜଣଙ୍କ ସଂଯୋଗୀକରଣ କରିବାକୁ ଏକ ସ୍ବତନ୍ତ୍ର ଡ୍ରାଇଭ୍‌ ମଧ୍ୟ କରାଯାଇଛି। ହେଲେ ଦାୟିତ୍ବରେ ଥିବା ସୁପରଭାଇଜରମାନେ ବାରମ୍ବାର ତାଗିଦ୍‌ ସତ୍ତ୍ବେ ଆଦୌ ଏହାକୁ ଗୁରୁତ୍ବର ସହ ନେଇନଥିଲେ। ‌ସେଥିପାଇଁ ଗତ ୨୩ ତାରିଖରେ ଏହି ସୁପରଭାଇଜରମାନଙ୍କୁ ନୈରାଶ୍ୟଜନକ ପ୍ରଦର୍ଶନର କାରଣ ବାବଦରେ ଉତ୍ତର ମଗାଯାଇଥିଲା।

କିନ୍ତୁ ତାଙ୍କର ଉତ୍ତର ସନ୍ତୋଷଜନକ ନଥିଲା। ଆଜି ଅପରାହ୍‌ଣରେ ଖୋର୍ଦ୍ଧା ଜିଲ୍ଲାପାଳ ଏକ ଆଭାସୀ ବୈଠକରେ ଏହି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସମୀକ୍ଷା ବେଳେ ଏହି ସୁପରଭାଇଜରମାନଙ୍କର ଉତ୍ତର ବିଷୟରେ ଅବଗତ ହେବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ୍‌ ଅଫିସର ବା ଉପଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉପଜିଲ୍ଲାପାଳଙ୍କ ବିନାନୁମତିରେ ଏମାନଙ୍କୁ ଦରମା ନ ଦେବାକୁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏହି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ବିଏମ୍‌ସିର ୮ ଜଣ ୱାର୍ଡ ଅଫିସରମାନେ ହେଉଛନ୍ତି, ସୁଜିତ ସ୍ବାଇଁ, ପ୍ରଦୀପ ଡାକୁଆ, ଶୁଭରଞ୍ଜନ ସାହୁ, ଦୀପକ ନାୟକ, ରଞ୍ଜନ ନାୟକ, ରବି ନାରାୟଣ ମିଶ୍ର, କେଶବ ଚନ୍ଦ୍ର ରାଉତ ଓ ପୀତବାସ ଦାସ। ଅନ୍ୟ ୮ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ହେଉଛନ୍ତି, ଗାଡ଼କଣ ସ୍କୁଲର ସୁରେଶ ଚନ୍ଦ୍ର ମହାପାତ୍ର, ଲକ୍ଷ୍ମୀଧର ଦାସ, ଝାରପଡ଼ା ପ୍ରାଥମିକ ବିଦ୍ୟାଳୟର ଦିବାକର ବେହେରା, ଦେବରାଜ ବିଦ୍ୟାପୀଠର ଦେବେନ୍ଦ୍ରନାଥ ମହାନ୍ତି, ପୁଷ୍ପଶ୍ରୀ ସାହୁ, ସୁଚିତ୍ରା ସାହୁ, କବିତା କାନୁନ୍‌ଗୋ ଓ ପ୍ରଫୁଲ୍ଲ କୁମାର ସାମଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe