ସାଢ଼େ ୫ ଲକ୍ଷ ଠକେଇ ଅଭିଯୋଗ ସେଲ୍‌ସ ରିପ୍ରେଜେଣ୍ଟେଟିଭ୍‌ ଗିରଫ

Advertisment
ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

ବାଲିଅନ୍ତା: ଜଣେ ମୃଦ୍ୟୁ ପାନୀୟ ଡ୍ରିଷ୍ଟ୍ରିବ୍ୟୁଟରଙ୍କ ସଂସ୍ଥାରୁ ସାଢ଼େ ୫ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଆଜି ପାହାଳ ଥାନା ପୁଲିସ ଉକ୍ତ ସଂସ୍ଥାର ଜଣେ ସେଲ୍‌ସ ରିପ୍ରେଜେଣ୍ଟେଟିଭ୍‌ଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ କଟକ କିଷନନଗର ଥାନା ବରଦା ଗ୍ରାମର ମନୋଜ କୁମାର ସାହୁ(୨୮)। ଜାମିନ ଖାରଜ ହୋଇଯିବାରୁ ମନୋଜକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ବଙ୍ଗୁଆରୀ ଅଞ୍ଚଳରେ ସୌଭାଗ୍ୟ ମହାପାତ୍ରଙ୍କର ଅରେଞ୍ଜ୍‌ ଟ୍ରେଡିଂ ନାମରେ ଏକ ମୃଦୁ ପାନୀୟ ଡିଷ୍ଟ୍ରିବ୍ୟୁସନ୍‌ ସଂସ୍ଥା ରହିଛି।

ମନୋଜ ଏହି ସଂସ୍ଥାରେ ସେଲ୍‌ସ ରିପ୍ରେଜେଣ୍ଟେଟିଭ୍‌ ଭାବେ କାମ କରୁଥିଲେ। ଏହା ଭିତରେ ସେ ବହୁ ଦୋକାନୀଙ୍କଠାରୁ ଟଙ୍କା ଆଦାୟ କରି ମାଲିକ ସୌଭାଗ୍ୟଙ୍କୁ କହିନଥିଲେ। ପ୍ରାୟ ସାଢ଼େ ୫ ଲକ୍ଷ ଟଙ୍କା ଆଦାୟ କରିବା ପରେ ସେ ଚାକିରି ଛାଡ଼ି ଛୁ’ ମାରିଥିଲେ। ଏନେଇ ସୌଭାଗ୍ୟ ପାହାଳ ଥାନାରେ ମନୋଜ ନାଁରେ ଠକେଇ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe