ବସ୍ତିରେ ପୁଳାପୁଳା ‘ସାମ୍‌’ ଶିଶୁ; କ୍ୟାପିଟାଲ ହସ୍ପିଟାଲ ଶିଶୁରୋଗ ଓପିଡି ପାଲଟିଛି ଚିହ୍ନଟର ପ୍ରମୁଖ ସ୍ଥାନ

Advertisment

ଗତବର୍ଷ ୧୭୨, ଫେବ୍ରୁଆରି ଯ‌ାଏ ୧୨ ଶିଶୁ ଯାଇଛନ୍ତି ଏନ୍‌ଆରସି

ଗତବର୍ଷ ୧୭୨, ଫେବ୍ରୁଆରି ଯ‌ାଏ ୧୨ ଶିଶୁ ଯାଇଛନ୍ତି ଏନ୍‌ଆରସି

ବସ୍ତିରେ ପୁଳାପୁଳା ‘ସାମ୍‌’ ଶିଶୁ; କ୍ୟାପିଟାଲ ହସ୍ପିଟାଲ ଶିଶୁରୋଗ ଓପିଡି ପାଲଟିଛି ଚିହ୍ନଟର ପ୍ରମୁଖ ସ୍ଥାନ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ୱାର୍ଡକୁ ପ୍ରତିଦିନ ସାମ୍‌ ବା ଅପପୁଷ୍ଟିର ଶିକାର ଅନେକ ଶିଶୁ ଆସୁଛନ୍ତି। ଏକଥା ଖୋଦ୍‌ ହସ୍ପିଟାଲର ଡାକ୍ତର କହୁଛନ୍ତି। ୧ରୁ ୫ବର୍ଷର ଶିଶୁଙ୍କୁ ହସ୍ପିଟାଲରେ ସ୍କ୍ରିନିଂ କରାଯାଉଥିବା ବେଳେ ତହିଁରୁ ୬ମାସରୁ ଦେଢ଼ ବର୍ଷର ଶିଶୁ ଅଧିକ ସଂଖ୍ୟାରେ ଅପପୁଷ୍ଟିର ଶିକାର ହୋଇଥିବା ନଜରକୁ ଆସୁଛି।

ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଗତବର୍ଷ ସମୁଦାୟ ୧୭୨ଜଣ ଶିଶୁ ହସ୍ପିଟାଲ ଓପିଡିରୁ ରେଫର୍‌ ହୋଇଥିବା ବେଳେ ଚଳିତବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ୧୨ଜଣଙ୍କୁ ରେଫର୍‌ କରାଯାଇଛି। ତେବେ ମାର୍ଚ୍ଚ ପରଠାରୁ ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଏନ୍‌ଆରସିକୁ ଏଭଳି ସାମ୍ ଶିଶୁଙ୍କ ରେଫର୍‌ କମିଥିବା କୁହାଯାଉଛି। ଗତବର୍ଷ ଜୁନ୍, ଜୁଲାଇ ଓ ଅଗଷ୍ଟ ମାସରେ ଲଗାତାର ଭାବେ ୨୩ଜଣ ସାମ୍ ଶିଶୁଙ୍କୁ ପୁଷ୍ଟି ସାଧାନ କେନ୍ଦ୍ର (ଏନ୍‌ଆରସି)କୁ ରେଫର୍‌ ହୋଇଛନ୍ତି। ଡିସେମ୍ବରରେ ୭ ଓ ଜାନୁଆରିରେ ସବୁଠାରୁ କମ୍ ମାତ୍ର ୪ଜଣ ରେଫର୍‌ ହୋଇଛନ୍ତି। ‌ସେହିପରି ଚଳିତବର୍ଷ ଜାନୁଆରିରେ ୮ଜଣ ଓ ଫେବ୍ରୁଆରେ ୪ଜଣଙ୍କୁ ରେଫର୍‌ କରାଯାଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।

ବସ୍ତିରେ ଅସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ ଶିଶୁମାନଙ୍କୁ ମା’ମାନେ ଉପଯୁକ୍ତ ଯତ୍ନ ନେବାରେ ଅବହେଳା କାରଣରୁ ଏଭଳି ସାମ୍ ଶିଶୁ ଦେଖିବାକୁ ମିଳୁଛନ୍ତି। ଅପପୁଷ୍ଟି ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ମା’ମାନଙ୍କୁ ଲଡ଼ୁଠାରୁ ଆରମ୍ଭ କରି ଅଣ୍ଡା, ଛତୁଆ ଦିଆଯାଉଛି। ଏହା ସତ୍ତ୍ବେ ରାଜଧାନୀରେ ବହୁ ସଂଖ୍ୟାରେ ଅପପୁଷ୍ଟି ଶିଶୁ ଦେଖାଦେବା କାର୍ଯ୍ୟକ୍ରମର ସଫଳତାକୁ ନେଇ ପ୍ରଶ୍ନବାଚୀ ଛିଡ଼ା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe