ସାମନ୍ତରାପୁର ଗୁଳିକାଣ୍ଡ ଘଟଣା: ଗହଣା ଲୁଟିବାରେ ଦୁର୍ବୃତ୍ତ ବିଫଳ

Advertisment
ସାମନ୍ତରାପୁର ଗୁଳିକାଣ୍ଡ ଘଟଣା: ଗହଣା ଲୁଟିବାରେ ଦୁର୍ବୃତ୍ତ ବିଫଳ

ଭୁବନେଶ୍ବର : ଗତକାଲି ଲିଙ୍ଗରାଜ ଥାନା ସାମନ୍ତରାପୁର ବଜାରରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ଦୁର୍ବୃତ୍ତମାନେ ଦୁଇ ଦୁଇ ଜଣଙ୍କୁ ଆହତ କରିଥିଲେ ବି ଗହଣା ଲୁଟିବାରେ ସଫଳ ହୋଇପାରିନାହାନ୍ତି। ବରଂ ଯେଉଁ ବ୍ୟାଗ୍‌କୁ ସେମା‌ନେ ଗହଣା ବ୍ୟାଗ୍‌ ବୋଲି ଲୁଟିନେଇଛନ୍ତି, ସେଥିରେ ଖାଲି ଟିଫିନ୍‌ ବକ୍ସ ଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ମଙ୍ଗଳବାର ଦିନ ପୁଲିସ ଟିମ୍‌ ଛାନ୍‌ଭିନ୍ କରିଥିଲା। ନିକଟସ୍ଥ ସିସି କ୍ୟାମେରାରୁ ଫୁଟେଜ୍‌ ସଂଗ୍ରହ କରିଥିଲା। ଫୁଟେଜ୍‌ରୁ ମିଳିଥିବା ଚିତ୍ର ଅନୁସାରେ ଦେବୀଦୁର୍ଗା ଜୁଏଲର୍ସ ଦୋକାନ ବନ୍ଦ କରି ପ୍ରଶାନ୍ତ ସାହୁ ଓ ରାଜେନ୍ଦ୍ର ବାହାରି ଆସି ଗାଡ଼ି ପାଖକୁ ଆସିଥିଲେ। ସେମାନେ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ହଠାତ୍ ଏକ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତ ସେଠାରେ ପହଞ୍ଚି ସେମାନଙ୍କ ଗୋଡ଼କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ସେମାନେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ପ୍ରଶାନ୍ତଙ୍କ ହାତରୁ ବ୍ୟାଗ୍‌ଟି ନେଇ ଚମ୍ପଟ ମାରିବାକୁ ବାହାରିଥିଲେ। ତେବେ ଗୁଳିମାଡ଼ ଶୁଣି ଲୋକମାନେ ସେଠାକୁ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ଆଉ ଦୁଇ ଚାରି ରାଉଣ୍ଡ ଗୁଳି ଫୁଟାଇଥିଲେ। ଫଳରେ ଅନ୍ୟମା‌ନେ ଭୟରେ ଛତ୍ରଭଙ୍ଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe