‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା ଆଜି : ଅଫ୍‌ଲାଇନ ପ୍ରତିଯୋଗୀଙ୍କ ପାଇଁ ସୂଚନା

Advertisment
‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା ଫଳାଫଳ ଶୀଘ୍ର

‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଆଜି (ଶନିବାର) ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟି‌‌ରେ ରଖି ଏହି ପ୍ରତିଯୋଗିତାଗୁଡ଼ିକ ଅନ୍‌ଲାଇନ୍‌‌ରେ କରାଯାଉଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର, ଓ ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେଉଛନ୍ତି।

ତେବେ ଅନ୍‌ଲାଇନ ସୁବିଧା ନଥିବାରୁ ଯେଉଁମାନେ ପଞ୍ଜୀକରଣ କରି ପାରିନାହାନ୍ତି, ସେମାନେ ଅଫ୍‌ଲାଇନ୍‌ରେ କେବଳ ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇପାରି‌ବେ। ଆଜି ଦୈନିକ ‘ସମ୍ବାଦ’ର ପୃଷ୍ଠା-୩ରେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରଶ୍ନପତ୍ର ସହ ଏକ ପ୍ରବେଶିକା କୁପନ୍‌ ପ୍ରକାଶ ପାଇଛି। ପ୍ରତିଯୋଗୀମାନେ ଉକ୍ତ ପ୍ରବେଶିକା କୁପନ୍‌କୁ କାଟି ପୂରଣ କରିବେ ଏବଂ କୁପନଟିକୁ ଚିତ୍ର ଆଙ୍କିଥିବା ଡ୍ରଇଂ ସିଟ୍‌/ ହସ୍ତାକ୍ଷର ସିଟ୍‌ ସହ ସଂଯୋଗ କରି ନିମ୍ନ ଠିକଣା ଥିବା ଡ୍ରପ୍‌ ବକ୍ସରେ ଅପରାହ୍‌ଣ ୪ଟା ସୁଦ୍ଧା ପକାଇବେ।

ଡ୍ରପ୍‌ ବକ୍ସ ଥିବା ସ୍ଥାନର ଠିକଣା
ଖଣ୍ଡଗିରି ଜୋନ୍‌ ଅଫିସ
ପ୍ଲଟ ନଂ-୬୮୦, ଜାଗମରା ବଜାର, ଖଣ୍ଡଗିରି
ଚନ୍ଦ୍ରଶେଖରପୁର ଜୋନ୍‌ ଅଫିସ
ଏମଆଇଜି-୩୦, ପ୍ରଗତି ଏନକ୍ଲେଭ, ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର
ପୁରୁଣା ଭୁବନେଶ୍ବର ଜୋନ୍‌
ଲକ୍ଷ୍ମୀଧର ନିବାସ, ଜଗନ୍ନାଥ ମଠ ରୋଡ୍‌, ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ
କେନ୍ଦ୍ରୀୟ ଜୋନ୍‌
ଆମ ଓଡ଼ିଶା କାର୍ଯ୍ୟାଳୟ ୪ଆର-୧/୨, ୟୁନିଟ୍‌-୩, ଖାରବେଳନଗର
‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟ
ସମ୍ବାଦ ଭବନ, ବି-୨୭, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ବର
ସାଇ ମହାବୀର ଟିମ୍ବର୍, ବାଲିପାଟଣା ଛକ
‌ଯୋଗାଯୋଗ: ବସନ୍ତ କୁମାର ଦାଶ, ୯୩୪୮୯୩୬୮୬୯
ମା ଜାଗୁଳାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ଅଲାରପୁର ରଙ୍ଗବଜାର, ବାଲିଅନ୍ତା, ନିରଞ୍ଜନ ସେନାପତି, ୯୪୩୭୬୭୧୦୬୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe