‘ସମ୍ବାଦ’ ଓ ‘ବ୍ଲସମ୍‌ସ୍‌ ସ୍କୁଲ’ ପକ୍ଷରୁ ଶିଶୁ ଦିବସ ପାଳନ ଆଜି

Advertisment
‘ସମ୍ବାଦ’ ଓ ‘ବ୍ଲସମ୍‌ସ୍‌ ସ୍କୁଲ’ ପକ୍ଷରୁ ଶିଶୁ ଦିବସ ପାଳନ ଆଜି

ଭୁବନେଶ୍ବର: ନଭେମ୍ବର ୧୪କୁ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଆସନ୍ତାକାଲି (ବୁଧବାର) ‘ସମ୍ବାଦ’ ପକ୍ଷରୁ ‘ବ୍ଲସମ୍‌ସ୍‌ ସ୍କୁଲ’ ସହଯୋଗରେ ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌-ୱାନ୍‌ ମଲ୍‌ ପରିସରରେ ନିଆରା ଢଙ୍ଗରେ ‘ଶିଶୁ ଦିବସ’ ପାଳନ କରାଯିବ। ଲଗାତାର ୩ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ମଧ୍ୟ ଶିଶୁମାନଙ୍କ ପାଇଁ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶିଶୁମାନଙ୍କ ମନୋରଂଜନ ପାଇଁ ବିଭିନ୍ନ ଖେଳ, ମ୍ୟାଜିକ୍‌ ସୋ’, ଗୀତ, ନାଚ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିସହ ଏହି ଅବସରରେ ପିଲାମାନଙ୍କ ଖୁସି ପାଇଁ ଟାଟୁ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଅପରାହ୍‌ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବ‌ା ଏହି କାର୍ଯ୍ୟକ୍ରମରେ ୩ ରୁ ୧୪ବର୍ଷ ବୟସର ଶିଶୁମାନେ ଅଂଶଗ୍ରହଣ କରିପାରିବେ। କାର୍ଯ୍ୟକ୍ରମରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ନୀଳମାଧବ ଜେନା ଯୋଗଦେଇ ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଆବଶ୍ୟକସ୍ଥଳେ ଜରୁରୀ ପରାମର୍ଶ ଦେବେ। କାର୍ଯ୍ୟକ୍ରମରେ ଆଇଆମ୍‌ଓ ବଜାର, ଆଶାନି ଏକାଡେମି, ଶୁଭଲାଭ ଜୁଏଲାରି, ଆରେନା ଆନିମେସନ୍‌, ରାଜ୍‌ ଇଲେକ୍‌ଟ୍ରୋନିକ୍‌ସ୍‌, ୱାଇଫାଇ ଇଣ୍ଟର୍‌ନେଟ୍‌ ଓ ଅଦ୍ବିତୀୟ ଏକାଡେମି ପ୍ରମୁଖ ପୃଷ୍ଠପୋଷକତା ଯୋଗାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe