‘ସମ୍ବାଦ’ ପ୍ରଭାବ: ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ଯାଞ୍ଚ କଲା କମିସନରେଟ୍‌ ପୁଲିସ

Advertisment

ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆଜି ଯାଞ୍ଚ କରିଛି କମିସନରେଟ୍‌ ପୁଲିସର ଟେକ୍ନିକାଲ ସ୍ପେଶାଲ ଟିମ୍‌। ଟିମ୍‌ର ମୁଖ୍ୟ ଭବାନୀ ପ୍ରସାଦ ଜେନାଙ୍କ ନେତୃତ୍ବରେ ଏକ ୧୮ଜଣିଆ ଦଳ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଯାଞ୍ଚ କରିଥିଲେ।

ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆଜି ଯାଞ୍ଚ କରିଛି କମିସନରେଟ୍‌ ପୁଲିସର ଟେକ୍ନିକାଲ ସ୍ପେଶାଲ ଟିମ୍‌। ଟିମ୍‌ର ମୁଖ୍ୟ ଭବାନୀ ପ୍ରସାଦ ଜେନାଙ୍କ ନେତୃତ୍ବରେ ଏକ ୧୮ଜଣିଆ ଦଳ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଯାଞ୍ଚ କରିଥିଲେ।

ddvdvdv

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆଜି ଯାଞ୍ଚ କରିଛି କମିସନରେଟ୍‌ ପୁଲିସର ଟେକ୍ନିକାଲ ସ୍ପେଶାଲ ଟିମ୍‌। ଟିମ୍‌ର ମୁଖ୍ୟ ଭବାନୀ ପ୍ରସାଦ ଜେନାଙ୍କ ନେତୃତ୍ବରେ ଏକ ୧୮ଜଣିଆ ଦଳ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଯାଞ୍ଚ କରିଥିଲେ। ମନ୍ଦିର ସୁରକ୍ଷା ଢିଲା ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବାରୁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଅପରାହ୍ଣ ପ୍ରାୟ ୫ଟାରେ ପୁଲିସ୍‌ ଟିମ୍‌ ଲିଙ୍ଗରାଜ ମନ୍ଦିରର ସିଂହଦ୍ବାର, ଉତ୍ତରଦ୍ବାର ଦକ୍ଷିଣଦ୍ବାର ସହ ମନ୍ଦିର ପାଚେରୀ ତାର ଜାଲି ନଥିବା ସ୍ଥାନକୁ ଅନୁଧ୍ୟାନ କରିଥିଲେ।

ପରେ ଏହି ଟିମ୍‌ ସିଂହଦ୍ବାର ନିକଟରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରଠୁ ପୁଲିସ ମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କୁ ଯାଞ୍ଚ କରି ମନ୍ଦିର ଭିତରକୁ ଛାଡ଼ିବା କାର୍ଯ୍ୟ ଆରମ୍ଭ କରିଛି। ସେହିପରି ଗାଡ଼ି ପାର୍କିଂ ସ୍ଥାନରେ ମଧ୍ୟ ପୁଲିସ ନିୟୋଜିତ ହୋଇଛନ୍ତି। ଏହି ପରିଦର୍ଶନ ବେଳେ ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe