ଚନ୍ଦ୍ରଶେଖରପୁର: ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ‘ସମ୍ବାଦ’ ମହାନଗର ଟିମ୍ ସହଯୋଗରେ ଶିଖରଚଣ୍ଡୀ ପାଦଦେଶରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ପଟିଆ, ଦାରୁଠେଙ୍ଗ, ଅଳସୁଆ, ପଥରଗାଡ଼ିଆ, ପ୍ରଶାନ୍ତିବିହାର, କାନନବିହାର, ଡମଣା, ଈଶାନେଶ୍ବର ଓ ପଣ୍ଡାପାର୍କ ଅଞ୍ଚଳର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ଯୁବନେତା ସାମିଲ ହୋଇ ଶତାଧିକ ଚାରାରୋପଣ କରିଥିଲେ।
‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଯୋଗଦେଇ କହିଲେ, ‘ସମ୍ବାଦ’ ସବୁବେଳେ ଲୋକଙ୍କ ସହ ରହିଛି। ସୁଖଦୁଃଖର ସାଥୀ ହୋଇଛି। ୨୦୧୧ରୁ ଆରମ୍ଭ ହୋଇଥିବା ‘ସମ୍ବାଦ ସାହିତ୍ୟଘର’ ଏବେ ଓଡ଼ିଶାର ୩୧୪ ବ୍ଲକରେ ପହଞ୍ଚିଛି। ଭାଷା, ସାହିତ୍ୟର ବିକାଶ ସହ ପରିବେଶ ଉପରେ ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତୃଣମୂଳସ୍ତରରୁ ଲୋକଙ୍କୁ ସେବା ଯୋଗାଇବା ଆମର ଲକ୍ଷ୍ୟ। ‘ଫନି’ ପରେ ଅନୁଷ୍ଠାନ ପକ୍ଷରୁ ରାଜ୍ୟରେ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦିଆଯାଉଛି। କରୋନା ସମୟରେ ବି ୨୦୨୦ରେ ୧୮ହଜାର ବୃକ୍ଷରୋପଣ ହୋଇଥିଲା। ଏଥର ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସମସ୍ତେ ଏକାଠି ହୋଇ ସାମାଜିକ କାର୍ଯ୍ୟ କରିବା ସହ ପ୍ରକୃତି ଓ ପରିବେଶ ସହ ଯୋଡ଼ି ହେବାକୁ ସେ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ ଉପମହାପ୍ରବନ୍ଧକ (ବାର୍ତା) ଗୌତମବୁଦ୍ଧ ଦାସ ଯୋଗଦେଇ କହିଲେ, ‘ସମ୍ବାଦ ସାହିତ୍ୟଘର’ କେବଳ ଓଡ଼ିଆ ଭାଷା, ସାହିତ୍ୟ, କବିତାର ପ୍ରଚାରପ୍ରସାରରେ ସୀମିତ ହୋଇ ରହିନାହିଁ, ବରଂ ପରିବେଶ ସୁରକ୍ଷା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି। ଏବେ ରାଜ୍ୟର ସମସ୍ତ ବ୍ଲକରେ ଏଭଳି କାର୍ଯ୍ୟକ୍ରମ ଜାରି ରହିଛି। ଶିଖରଚଣ୍ଡୀ ପାଦଦେଶରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପରବର୍ତ୍ତୀ ସମୟରେ ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ।
ଓଡ଼ିଶା ଲଳିତ କଳା ଏକାଡେମି ସଚିବ ପଞ୍ଚାନନ ସାମଲ, ଶିଖରଚଣ୍ଡୀ ପରିଚାଳନା କମିଟି ସଭାପତି କ୍ଷିତୀଶ ତ୍ରିପାଠୀ, ଶୈଳଶ୍ରୀବିହାର ଉନ୍ନୟନ ପରିଷଦ ସମ୍ପାଦକ ଦିଲ୍ଲୀପ ସାହୁ, ପରିବେଶବିତ୍ ସୁଶାନ୍ତ ସାହୁ, ଶିକ୍ଷାବିତ୍ ଶରତ କର, ସମାଜସେବୀ ମିହିର ରାଉତ, ସାହିତ୍ୟିକ ଶରତ ନାୟକ, ଯୁବନେତା କାଳୀଚରଣ ସିଂ, ନାରୀନେତ୍ରୀ ସ୍ବର୍ଣ୍ଣଲତା ପ୍ରଧାନ, ପାନା ହାଂସଦା, କଳିଙ୍ଗ ସିନେ ଆର୍ଟ୍ସ ଫାଉଣ୍ଡେସନ୍ ସଭାପତି ସୁଶାନ୍ତ ଦାସ ପ୍ରମୁଖ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣକୁ ଉତ୍ସାହିତ କରିଥିଲେ। ‘ସମ୍ବାଦ’ ସମ୍ବାଦିକ କେଶବ ପାଣି ସଭାପତିତ୍ବ କରିଥିବା ବେଳେ ବିଦ୍ୟାଧର ବାରିକ ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ଷେଣ୍ଢ, ପବନ ପରିଡ଼ା, ବିଶ୍ବଜିତ୍ ସାମଲ, ବୃନ୍ଦାବନ ପ୍ରଧାନ, ପ୍ରଶାନ୍ତ କୁମାର ପାତ୍ର, ସୁକେଶ କୁମାର ମହାନ୍ତି, ମିହିର କୁମାର ନାୟକ, ମିଟୁ ରାଉତ, ଧୀରେନ ବେହେରା, ବିନୋଦ ଭୋଇ, ତ୍ରିଲୋଚନ ବେହେରା, ସୌମ୍ୟଜିତ୍ ରାୟ, ଭରତ ଆଦକ, ସୁକାନ୍ତ ରାଉତ, ବୁଲୁ ଶ୍ରୀଚନ୍ଦନ, ପ୍ରିୟବ୍ରତ ପଣ୍ଡା, ଛାତ୍ରନେତା ସ୍ନେହାଶିଷ ଜେନା, ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
Follow Us