୧୧ରେ ‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପସ୍‌

Advertisment

୯୫% ଓ ତଦୂର୍ଦ୍ଧ୍ବ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

୯୫% ଓ ତଦୂର୍ଦ୍ଧ୍ବ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

୧୧ରେ ‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପସ୍‌

ଭୁବନେଶ୍ବର: ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୯୫ ପ୍ରତିଶତ (୫୭୦ ନମ୍ବର) କିମ୍ବା ତଦୂର୍ଦ୍ଧ୍ବ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଧିତ କରାଯିବ। ଆସନ୍ତା ୧୧ ତାରିଖ (ସୋମବାର) ମଧ୍ୟାହ୍ନ ସାଢ଼େ ୧୨ଟାରେ ଭୁବନେଶ୍ବରସ୍ଥିତ ରେଳ ଅଡିଟୋରିୟମ୍‌ (ଓମ୍‌ଫେଡ୍‌ ଛକ, ଚନ୍ଦ୍ରଶେଖରପୁର)ରେ ଆୟୋଜିତ ଉତ୍ସବ ‘ମାଟ୍ରିକ୍‌ ଚାମ୍ପସ୍‌’ରେ ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା ଦିଆଯିବ। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଉତ୍ସବରେ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ର ମେଧାବୀ ଛାତ୍ରଛାତ୍ରୀ ଓ ସେମାନଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମ ସଂପର୍କରେ ଛାତ୍ରଛାତ୍ରୀ, ଅଭିଭାବକ ଅଥବା ପ୍ରଧାନଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀମାନେ ତଳେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିପାରିବେ।

ସୂଚନାଯୋଗ୍ୟ, ମାଟ୍ରିକ୍‌ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦୈନିକ ‘ସମ୍ବାଦ’ ପକ୍ଷରୁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଗତ ୨ ବର୍ଷ ହେଲା କରୋନା ମହାମାରୀ ଜନିତ କଟକଣା ଯୋଗୁଁ ଏହି ଉତ୍ସବ ପାଳନ ହୋଇପାରିନଥିଲା।

ଭୁବନେଶ୍ବର ମହାନଗର: କେଶବ ପାଣି (ମୋ: ୯୪୩୭୦୩୦୮୫୬)
‌ଖୋର୍ଦ୍ଧା ଜିଲ୍ଲା: ଲମ୍ବୋଦର ପ୍ରସାଦ ଦାଶ (ମୋ: ୯୪୩୭୧୩୯୮୯୨)
ନୟାଗଡ଼ ଜିଲ୍ଲା: ରିତେନ୍ଦ୍ର ଛାଟୋଇ (ମୋ: ୭୮୭୩୨୮୬୦୩୩)
ପୁରୀ ଜିଲ୍ଲା: ସୁମନ୍ତ ପରିଡ଼ା (ମୋ:୯୪୩୮୦୩୫୪୮୮)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe