‘ସମ୍ବାଦ’-‘ମିରାଏ ଆସେଟ୍‌ସ’ ନିବେଶକ ସଚେତନତା ସମାବେଶ: ଭାବାବେଗ ନୁହେଁ, ତଥ୍ୟ ଆଧାରରେ ପୁଞ୍ଜି ନିବେଶ କରନ୍ତୁ

Advertisment

ବଜାରକୁ ବୁଝି ଓ ଦେଖି ଟଙ୍କା ବିନିଯୋଗ କରିବାକୁ ପଡ଼ିବ। ଭାବାବେଗ ନୁହେଁ, ତଥ୍ୟକୁ ଆଧାର କରି ଏବଂ ବାସ୍ତବତାକୁ ଜାଣି ପୁଞ୍ଜି ବିନିଯୋଗ କଲେ ଆପଣଙ୍କ କଷ୍ଟଲବ୍ଧ ଅର୍ଥର ସୁବିନିଯୋଗ ହୋଇପାରିବ।

ବଜାରକୁ ବୁଝି ଓ ଦେଖି ଟଙ୍କା ବିନିଯୋଗ କରିବାକୁ ପଡ଼ିବ। ଭାବାବେଗ ନୁହେଁ, ତଥ୍ୟକୁ ଆଧାର କରି ଏବଂ ବାସ୍ତବତାକୁ ଜାଣି ପୁଞ୍ଜି ବିନିଯୋଗ କଲେ ଆପଣଙ୍କ କଷ୍ଟଲବ୍ଧ ଅର୍ଥର ସୁବିନିଯୋଗ ହୋଇପାରିବ।

ddgdggd

କଟକ: ବଜାରକୁ ବୁଝି ଓ ଦେଖି ଟଙ୍କା ବିନିଯୋଗ କରିବାକୁ ପଡ଼ିବ। ଭାବାବେଗ ନୁହେଁ, ତଥ୍ୟକୁ ଆଧାର କରି ଏବଂ ବାସ୍ତବତାକୁ ଜାଣି ପୁଞ୍ଜି ବିନିଯୋଗ କଲେ ଆପଣଙ୍କ କଷ୍ଟଲବ୍ଧ ଅର୍ଥର ସୁବିନିଯୋଗ ହୋଇପାରିବ। ଏହା ସହ ଅଧିକ ଲାଭ ମିଳିବାର ସୁଯୋଗ ସୃଷ୍ଟି ହେବ। ଅର୍ଥ ଅଧିକ ସୁରକ୍ଷିତ ରହିବ। ଶୁକ୍ରବାର ‘ସମ୍ବାଦ’ ଓ ‘ମିରାଏ ଆସେଟ୍‌’ ମ୍ୟୁଚୁଆଲ୍‌ ଫଣ୍ଡ୍‌ ସଂସ୍ଥା ପକ୍ଷରୁ ମଧୁପାଟଣାସ୍ଥିତ ହୋଟେଲ ପଦ୍ମଜା ପ୍ରାଇଡ୍‌ରେ ଆୟୋଜିତ ‘ମ୍ୟୁଚୁଆଲ୍‌ ଫଣ୍ଡ୍‌ ସହିତ ଆର୍ଥିକ ସ୍ବାଧୀନତା ଲକ୍ଷ୍ୟ’ ଶୀର୍ଷକ ନିବେଶକ ସଚେତନତା ସମାବେଶରେ ଏଭଳି ସୂଚନା ଦିଆଯାଇଛି। ଆଜିର ଦିନରେ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ ଓ ଖାଦ୍ୟରେ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅର୍ଥ ସଞ୍ଚୟ କରିବା ଓ ସଞ୍ଚୟ ଅର୍ଥ ବି‌ନିଯୋଗ କରିବା ଉପରେ ଗୁରୁତ୍ବ ଦେଉ ନାହାନ୍ତି।

ଅର୍ଥ ସଞ୍ଚୟ କରିବା ଓ ସଞ୍ଚିତ ଅର୍ଥକୁ ସୁବିନିଯୋଗ କରିବା ବିଷୟକୁ ଯେଉଁମାନେ ବୁଝି କାର୍ଯ୍ୟ କରିଛନ୍ତି ସେମାନେ ଏକ ସୁନ୍ଦର ଭବିଷ୍ୟତକୁ ଦେଖିଛନ୍ତି। ଅର୍ଥ ବିନିଯୋଗ କରିବା ପୂର୍ବରୁ ପ୍ରଥମେ କ’ଣ ପାଇଁ ଏହା କରୁଛନ୍ତି ତାହା ଜାଣିବା ନିହାତି ଦରକାର। ଅର୍ଥ ବିନିଯୋଗ ପୂର୍ବରୁ ଏଥିରେ ଥିବା ବିପଦକୁ ବୁଝିବା ଜରୁରି। ଅର୍ଥ ବିନିଯୋଗ ପୂର୍ବରୁ ପ୍ରଥମେ କେତେ ଟଙ୍କା ଦରକାର, କେତେ ସମୟ ପାଇଁ ବିନିଯୋଗ ହେବ, କେଉଁଠି ଟଙ୍କା ବିନିଯୋଗ କରିବେ ତାହା ଜାଣି ଟଙ୍କା ଲଗାଇଲେ ସୁଫଳ ମିଳିଥାଏ ବୋଲି ସଚେତନତା ସମାବେଶରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ମିରାଏ ଆସେଟ୍‌’ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ଓଡ଼ିଶା ଓ ଝାଡଖଣ୍ଡ ମୁଖ୍ୟ ଜିତେନ୍ଦ୍ର କୁମାର ଦାସ କହିଛନ୍ତି। ଶ୍ରୀ ଦାସ ଉପସ୍ଥିତ ସଚେତନ ନାଗରିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସମସ୍ୟା ସମାଧାନ ସଂପର୍କରେ ପରାମର୍ଶ ଦେଇଥିଲେ।  

କଟକ ‘ସମ୍ବାଦ’ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ‘ସମ୍ବାଦ’ ମାର୍କେଟିଂ ବିଭାଗର ମହାପ୍ରବନ୍ଧକ ସଞ୍ଜୟ ଗୌର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ଆର୍‌ଜେ ଅନିଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ‘ସମ୍ବାଦ’ କଟକ ସଂସ୍କରଣର ମାର୍କେଟିଂ ବିଭାଗ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ‘ସମ୍ବାଦ’ର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe