ବାରଙ୍ଗ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ

Advertisment
ବାରଙ୍ଗ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ

ବାରଙ୍ଗ: ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୭୦ତମ ଜନ୍ମଦିନ ତଥା ଯୁବ ସ୍ଵାଭିମାନ ଦିବସ ଅବସରରେ ବାରଙ୍ଗ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଫକୀରପଡ଼ା ଶନିମନ୍ଦିର ପରିସରରେ ଚାରାରୋପଣ କରାଯାଇଛି। କୁହ୍ନେଇପଡ଼ା ସରପଞ୍ଚ ରୀତାଞ୍ଜଳି ସାମଲ, ବାରଙ୍ଗ ‘ସମ୍ବାଦ ସାହିତ୍ୟଘର’ ସମ୍ପାଦକ ଇଂ ପୂର୍ଣ୍ଣଚନ୍ଦ୍ର ବେଉରା, ବସନ୍ତ ମହାପାତ୍ର, କିଶୋର ଚନ୍ଦ୍ର ପାଣି, ବିଜୟ ପଣ୍ଡା, ପ୍ରକାଶ ଚନ୍ଦ୍ର ପାଣି, ସୁରେଶ ମହାନ୍ତି, ସନ୍ତୋଷ ପାଣି, ସୁକାନ୍ତ ବେହେରା, ମୁରଲୀଧର ସ୍ୱାଇଁ, ପ୍ରଭାକର ମହାପାତ୍ର, ସନ୍ତୋଷ ସ୍ୱାଇଁ, ପ୍ରକାଶ ଚନ୍ଦ୍ର ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଥିଲେ। ଶ୍ରୀବନ୍ତପୁର ଠାକୁରାଣୀ ପଡ଼ିଆ, ଝୁନ୍‌ଝୁନ୍‌ୱାଲା ବିଦ୍ୟାପୀଠ ପରିସର ଓ ଫକୀରପଡ଼ା ଶନିମନ୍ଦିର ପରିସରକୁ ମିଶାଇ ମୋଟ ୫୦ଟି ଚାରାରୋପଣ କରାଯାଇଥିଲା। ବାରଙ୍ଗ ବ୍ଲକ୍‌ର ‘ସମ୍ବାଦ’ ପ୍ରତିନିଧି ରୁଦ୍ରନାରାୟଣ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe