‘ସମ୍ବାଦ-ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ: ପଥରଗାଡ଼ିଆ ଖେଳ ପଡ଼ିଆରେ ଲାଗିଲା ୬ ଫୁଟିଆ ଗଛ

‘ସମ୍ବାଦ-ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ: ପଥରଗାଡ଼ିଆ ଖେଳ ପଡ଼ିଆରେ ଲାଗିଲା ୬ ଫୁଟିଆ ଗଛ

ଚନ୍ଦ୍ରଶେଖରପୁର: ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ପଥରଗାଡ଼ିଆ ଖେଳ ପଡ଼ିଆରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଥରଗାଡ଼ିଆ ଗ୍ରାମବାସୀଙ୍କ ସମେତ ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍‌ ଫାଉଣ୍ଡେସନର ସଦସ୍ୟମାନେ ସାମିଲ ହୋଇ ୬ରୁ ୮ ଫୁଟ୍‌ ଉଚ୍ଚତାର ୬୦ରୁ ଅଧିକ ବଉଳ, ଜାମୁ, କଦମ୍ବ, ନିମ୍ବ ଆଦି ଚାରାରୋପଣ କରିଛନ୍ତି। କାର୍ଯ୍ୟକ୍ରମରେ ପଥରଗାଡ଼ିଆ ସ୍କୁଲ ପ୍ରଧାନ ଶିକ୍ଷକ ରାଜକିଶୋର ମୁଦୁଲି, ଫାଉଣ୍ଡେସନ ସାମାଜିକ କର୍ମୀ ତପନ ବେହେରା, ଧୀରେନ ବେହେରା, ଚିନ୍ମୟ ବେହେରା, ଦୁର୍ଜୟ ବେହେରା, ବିକାଶ ଜେନା, ବିକାଶ ବେହେରାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ। ସେମାନେ କହିଥିଲେ ଯେ ଭୁବନେଶ୍ବର ଭଳି ସହରରେ ବୃକ୍ଷରୋପଣ କରି ସବୁଜ ସୁନ୍ଦର କରିବା ଦିଗରେ ‘ସମ୍ବାଦ ସାହିତ୍ୟ ଘର’ର ଏଭଳି ଅଭିନବ ପ୍ରୟାସ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ବିଗତବର୍ଷ ଏଠାରେ ୫୦ରୁ ଅଧିକ ଚାରା ରୋପଣ କରାଯାଇଥିଲା, ଯାହାକି ଏବେ ବଡ଼ ହୋଇଛି। ଖେଳ ପଡ଼ିଆର ବାକି ଅଞ୍ଚଳରେ ଆଜି ହୋଇଥିବା ଗଛଗୁଡ଼ିକର ସୁରକ୍ଷା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ପାଚେରି କରାଯିବା ସହ ତାହାର ରକ୍ଷଣାବେକ୍ଷଣ ଦାୟିତ୍ବ ଗ୍ରାମବାସୀ ନିଜ କାନ୍ଧକୁ ନେଇଛନ୍ତି। ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ କେଶବ ପାଣି ବୃକ୍ଷରୋପଣର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସାମ୍ବାଦିକ ବିଦ୍ୟାଧର ବାରିକ ସ୍ବାଗତ ଭାଷଣ ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe