‘ସମ୍ବାଦ’ ସାହିତ୍ୟଘର ବୃକ୍ଷରୋପଣ ଅଭିଯାନ: ଝାରପଡ଼ା ହାଇସ୍କୁଲରେ ଲାଗିଲା ଶହେ ଗଛ

‘ସମ୍ବାଦ’ ସାହିତ୍ୟଘର ବୃକ୍ଷରୋପଣ ଅଭିଯାନ: ଝାରପଡ଼ା ହାଇସ୍କୁଲରେ ଲାଗିଲା ଶହେ ଗଛ

ଭୁବନେଶ୍ବର: ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଝାରପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ଭୁବନେଶ୍ବର) ପ୍ରଫୁଲ୍ଲ ସ୍ବାଇଁ, ୩୨ ନମ୍ବର କର୍ପୋରେଟର ଶ୍ରୀଧର ଜେନା, ‘ସମ୍ବାଦ’ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତାରାଣୀ ମିଶ୍ରଙ୍କ ସମେତ ଶିକ୍ଷକ କିଶୋର ଦାସ ଓ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଅତିଥିମାନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ବୃକ୍ଷରୋପଣ କରାଯାଇଥିଲା।

ପ୍ରଥମେ ଶ୍ରୀ ପଟ୍ଟନାୟକ ଏକ ବଉଳ ଗଛ ଲଗାଇବା ପରେ, ଉପସ୍ଥିତ ବରିଷ୍ଠ ନାଗରିକ, ମହିଳା, ଛାତ୍ରଛାତ୍ରୀ ଏବଂ ଯୁବବର୍ଗ ଶହେରୁ ଅଧିକ ଗଛ ରୋପଣ କରିଥିଲେ। ବର୍ତ୍ତମାନ ସମୟରେ ଗଛର ଆବଶ୍ୟକତାକୁ ଉପଲବ୍ଧି କରି ପ୍ରତ୍ୟେକ ନାଗରିକ ବୃକ୍ଷରୋପଣ ସହ ତା’ର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ‘ ପ୍ରତିନିଧି ସୋମନାଥ ପରିଡ଼ା ଓ ଦେବାଶିଷ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ଗିରିଜା ରାୟ, ଚୈତନ୍ୟ ପାଲ୍‌, ପ୍ରାଚୀପ୍ରଭା ମହାପାତ୍ର, ରାକେଶ ଜେନା, ସଞ୍ଜୀବ ମହାନ୍ତି, ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ବିଶ୍ବରଞ୍ଜନ ବେହେରା, ଅଶ୍ବିନୀ ଦାସ, କଲିମ୍‌ ଉଦ୍ଦିନ୍ ଖାନ୍‌, ମିସାରଫ୍‌ ଖାନ୍‌, ବେଣୁଧର ବେହେରା, ଦିଲ୍ଲୀପ ମଙ୍ଗରାଜ, ଶ୍ରୀଧର ମାର୍ଥା, ପ୍ରସନ୍ନ ସାମନ୍ତରା, ସାହିତ୍ୟିକ ସଞ୍ଜୟ ରଥ, ଦେବାଶିଷ ମହାପାତ୍ର, ଦୋଲନ ପାଲ୍‌, ଜୟନ୍ତ ସାହୁ, ଉଦୟ ସିଂହ, କୁଞ୍ଜ ବିହାରୀ ନାୟକ, ନାରାୟଣ ପୃଷ୍ଟି, ଦୀନନାଥ ଦାସ, ସୌମ୍ୟରଞ୍ଜନ ପ୍ରଧାନ, ନିଲୁ ଖୁଣ୍ଟିଆ, ଦିଲ୍ଲୀପ ଦାଶଶର୍ମା, ନିରୋଦ ବରଣ ମହାପାତ୍ର, ପ୍ରଦ୍ୟୁମ୍ନ ସାମଲ, ସୁନୀଲ ସାମଲ, ବିଭୂତି ଭୂଷଣ ମିଶ୍ର, ସଞ୍ଜୟ ସାମନ୍ତରାୟ, ଦୀପକ ନାୟକ, ଶିବାନନ୍ଦ ତାଡ, ନିର୍ମଳ ଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe