ଖଣ୍ଡଗିରି ଅପେରା: ଜମେଇଲା ସମ୍ବଲପୁରୀ ନୃତ୍ୟ ଗୀତ

Advertisment

‘ଲାଜ୍‌କୁରି ଲତା ମୋ... ଲାଜେ ଲାଜେ ହସିଦେ’

‘ଲାଜ୍‌କୁରି ଲତା ମୋ... ଲାଜେ ଲାଜେ ହସିଦେ’

ଖଣ୍ଡଗିରି ଅପେରା: ଜମେଇଲା ସମ୍ବଲପୁରୀ ନୃତ୍ୟ ଗୀତ

ଖଣ୍ଡଗିରି: ଖଣ୍ଡଗିରି ମେଳା ବେଶ ଜାକଜମକରେ ଚାଲିଛି। ଅପେରା ଦଳଗୁଡିକ ମଧ୍ୟ ସେମାନଙ୍କ ଯାତ୍ରା ପାର୍ଟିକୁ ନେଇ ଚଳଚଞ୍ଚଳ ହୋଇପହିଛନ୍ତି। ହେଲେ ଏଥର ଯାତ୍ରାରେ ନଗ୍ନତା ପ୍ରଦର୍ଶନକୁ ବନ୍ଦ କରିବାକୁ କଡ଼ାକଡ଼ି କରାଯାଇଛି। ତେଣୁ ବିଭିନ୍ନ ମଞ୍ଚରେ ପାରମ୍ପରିକ ଗୀତର ତାଳେତାଳେ ରେକର୍ଡ ଡ୍ୟାନ୍‌ସ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଆଜି ସମ୍ବଲପୁରୀ ଗୀତ ‘ଲାଜକୁରୀ ଲତା ମୋ’ ବେଶ୍ ଜମେଇ ଦେଇଥିଲା। ସେହିଭଳି ଆଧୁନିକ ଗୀତ ‘ଏ ବେବି..... ଆଲୋ.. ବେବି, ଦେଇଯା ପ୍ୟାର୍‌ୱାଲା ପପି’ ମଧ୍ୟ ଦର୍ଶକମାନଙ୍କୁ ବିଭୋର କରିଥିଲା। ନଗ୍ନ ନୃତ୍ୟ ନଥିଲେ ମଧ୍ୟ ଏଥର ଦମ୍‌ଦାର ଓଡ଼ିଆ, ସମ୍ବଲପୁରୀ ଓ ହିନ୍ଦୀ ଗୀତରେ ନୃତ୍ୟ ପ୍ରଥମ ରାତିରେ ତାତି ବଢ଼ାଇଥିବା ଜଣାପଡ଼ିଛି।

publive-image

ଜମୁଛି ପାମ୍ପଡ଼, ବାଦାମ ଭଜା ଓ ବାରମଜା ବେପାର

ରାତି ୧୦ଟା ପରେ ଖଣ୍ଡଗିରି ମେଳାକୁ ଛୁଟି ଆସୁଛନ୍ତି ଅପେରାପ୍ରେମୀମାନେ। ପେଣ୍ଡାଲ୍‌ କାଉଣ୍ଟରରୁ ଟିକେଟ୍‌ କିଣିବା ପରେ ସେମାନଙ୍କ ଭିଡ଼ ଜମୁଛି ଚଟ୍‌ପଟି ଖାଦ୍ୟ ପସରା ନିକଟରେ। ବାରମଜା, ମଟର ଭଜା, ବାଦାମ ଭଜା, ବୁଟ ଭଜା ଓ ସିଝା ଏବଂ ପାମ୍ପଡ଼ ବେପାର ବେଶ୍‌ ଭଲ ହେଉଛି। ରାତି ପାହିବା ଯାଏ ଏହି ବେପାର ଚାଲୁଛି। ନାଟକ ମଝିରେ ଲୋକେ ବାହାରକୁ ଆସି ଏସବୁର ପ୍ୟାକେଟ୍‌ କିଣିନେଉଛନ୍ତି।

ସ୍ମୋକ୍‌ ବିସ୍କୁଟ୍‌ ଓ ସେଲ୍‌ଫି

ଏଥର ମେଳାରେ ମିଳୁଛି ସ୍ମୋକ୍‌ ବିସ୍କୁଟ୍‌। ଏହି ବିସ୍କୁଟ୍‌ ପାଟିରେ ପୂରାଉ ପୂରାଉ ବାହାରୁଛି ଧୂଆଁ। ତେଣୁ ଛୋଟପିଲାମାନେ ଏହି ବିସ୍କୁଟ୍‌ ଖାଉଥିବା ବେଳେ ସେଲ୍‌ଫି ଉଠାଉଛନ୍ତି। ପାଟିରୁ ବାହାରୁଥିବା ଧୂଆଁ ଗହଳି ଭିତରେ ସମସ୍ତଙ୍କ ନଜର ଟାଣିନେଉଛି। ଏହାର ଦାମ୍‌ ୩ ପିସ୍‌କୁ ୫୦ଟଙ୍କା ରହିଛି। ସେହିପରି ମେଳାରେ ଠୁଙ୍କାପୁରୀ, ପାମ୍ପୁଡିଚାଟ୍‌, ପୁରୀ ଜିଅଁନ୍ତା ଘୁଘୁନୀ, ଆରିସା କାକରା, ମଣ୍ଡା, ଦୋସା, ‌ରୋଲ୍ ଖା‌ଇବାକୁ ‌ଲୋକେ ଦୋକାନ ଆଗରେ ଭିଡ଼ ଜମାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe