ମୁକ୍ତମଞ୍ଚରେ ରଣପା, ସମ୍ବଲପୁରୀ

Advertisment
ମୁକ୍ତମଞ୍ଚରେ ରଣପା, ସମ୍ବଲପୁରୀ

ଭୁବନେଶ୍ୱର : ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ବିଦ୍ୟାଭବନ ମୁକ୍ତମଞ୍ଚରେ ଆୟୋଜିତ ଲୁପ୍ତପ୍ରାୟ ଲୋକକଳା କାର୍ଯ୍ୟକ୍ରମର ୧୮ତମ ସନ୍ଧ୍ୟାରେ ପରିବେଷିତ ହୋଇଛି ରଣପା ନୃତ୍ୟ। ଗଞ୍ଜାମ ଫୋକ୍‌ ଡ୍ୟାନ୍ସ ସେଣ୍ଟରର କଳାକାରଙ୍କ ଦ୍ୱାରା ଗୁରୁ ଏସ୍‌ ଭେଙ୍କଟ ରାଓ ରେଡ୍ଡୀଙ୍କ ନୃତ୍ୟ ସଂଯୋଜନାରେ ନୃତ୍ୟଶିଳ୍ପୀମାନେ ଢୋଲ ଓ ମହୁରୀ ତାଳେତାଳେ ନିଜେ ଗୀତ ଗାଇ ନାଚିଥିଲେ। ସେହିପରି ପୁରୀର ମନୋରମା ନୃତ୍ୟ କଳାକେନ୍ଦ୍ର ପକ୍ଷରୁ ଗୁରୁ ରୁପଲତା ମହାନ୍ତିଙ୍କ ନୃତ୍ୟ ସଂଯୋଜନାରେ ରଙ୍ଗବତୀ ଓ ଡାଲ୍‌ଖାଇ ଆଦି ସମ୍ବଲପୁରୀ ନୃତ୍ୟରେ ବିଭୋର କରିଥିଲେ ଶିଳ୍ପୀବୃନ୍ଦ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଫାଉଣ୍ଡେସନ୍‌ର ସହଯୋଗୀ ନିର୍ଦେଶକ ମନ୍ମଥ କୁମାର ଶତପଥୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe