ସମ୍ବଲପୁରୀ ଚାଉଳ ବରା

Advertisment
ସମ୍ବଲପୁରୀ ଚାଉଳ ବରା

ଏବେ ରାଜଧାନୀ ଲୋକ ମଜା ଉଠାଉଛନ୍ତି ସମ୍ବଲପୁର ଚାଉଳ ବରାର। ନୂଆପଲ୍ଲୀଠାରେ ଥିବା ବିଗ୍‌ବଜାର ସାମନାରେ ମିଳୁଛି ରଘୁନାଥ ଜେନାଙ୍କ ଏହି ଚାଉଳ ବରା। ଉଷୁନା ଚାଉଳରେ ରସୁଣ, କଞ୍ଚାଲଙ୍କା, ଆମ୍ବକଷି ଅଦା ଓ ଜୁଆଣି ଫୁଲ ପକାଇ ତାକୁ ବଟା ଯାଏ। ଏହି ଆଣ ପ୍ରସ୍ତୁତ ପାଇଁ ୮ଘଣ୍ଟା ସମୟ ଲାଗିଥାଏ। ପ୍ଲେଟ୍‌ରେ ୧୫ଟି ବରାକୁ ପରଷା ଯାଇ ସେଥିରେ ଆଳୁ ଦମ୍‌ ଓ ଲଙ୍କା ଚଟଣିଙ୍କୁ ପରଷା ଯାଏ। ଅନ୍ୟ ବରା ଭଳି ସେଥିରେ ପିଆଜ ପଡ଼ି ନଥାଏ। ସେ କୁହନ୍ତି, ଜୁଆଣି ଫୁଲ ପଡ଼ୁଥିବାରୁ ପେଟରେ ଗ୍ୟାସ୍‌ ହୁଏ ନାହିଁ। ସଫା ସୁତରାକୁ ମଧ୍ୟ ସେ ଆଖି ଆଗରେ ରଖି ମୁଣ୍ଡରେ କ୍ୟାପ୍‌ ଲଗାଇଥାନ୍ତି। ଏହି ପ୍ଲେଟ୍‌ର ଦାମ୍‌ ମାତ୍ର ୧୫ଟଙ୍କା ରଖିଛନ୍ତି। ସେଥିପାଇଁ ତାଙ୍କ ଷ୍ଟଲ୍‌ରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ଆପଣ ବି ଥରେ ଆସି ଖାଇ ଦେଖନ୍ତୁ ନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe