ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନ ‘ନୃତ୍ୟନିଳୟ’ ଅନୁଗୁଳ ଓ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଆଜି ରବୀନ୍ଦ୍ର ମଣ୍ଡପଠାରେ ପରିବେଷିତ ହୋଇଯାଇଛି ‘ସମର୍ପଣ ସମାରୋହ’। ନୃତ୍ୟଶିଳ୍ପୀ ସ୍ୱପ୍ନାରାଣୀ ସିହ୍ନା ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ଆଜି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ମଧ୍ୟମଦି ରାଗରେ ଶିବ ଷଡ଼ାକ୍ଷର ସ୍ତ୍ରୋତମ୍, ଗୁରୁ ଶ୍ରୀ ରଣବୀରଙ୍କ ସଂଯୋଜନାରେ ନବରସରେ ନୃତ୍ୟ ଓ ଅଭିନୟ ପ୍ରଦର୍ଶନ କରିଥିଲେ ସ୍ୱପ୍ନାରାଣୀ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ, ପୂର୍ବତନ ପ୍ରଶାସକ ହେମନ୍ତ କୁମାର ଦାସ, ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ଅନିତା ସିଂ ଦେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us