‘ସଂପର୍କର ହଜାରେ ଭିଡ଼ରେ’ ପୁସ୍ତକ ଲୋକାର୍ପିତ

‘ସଂପର୍କର ହଜାରେ ଭିଡ଼ରେ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର: ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ଯୁବକବି ତଥା ଗୀତିକାର ବିଶ୍ୱରଞ୍ଜନ ଦାଶଙ୍କ ପ୍ରଥମ କବିତା ସଂକଳନ ‘ସଂପର୍କର ହଜାରେ ଭିଡ଼ରେ’ ପୁସ୍ତକ ବାଣୀବିହାରସ୍ଥିତ ହୋଟେଲ ଶୀତଲଠାରେ ଲୋକାର୍ପିତ ହୋଇଯାଇଛି। ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ କବିଙ୍କ ସଂପର୍କ ଗଢ଼ିବାର କଳା ଓ କାରିଗରୀ ସଂପର୍କରେ ମତରଖି କହିଲେ, କବିଙ୍କ ସମ୍ପର୍କ ହେଉଛି ସମଜାତୀୟ ସମ୍ପର୍କ, ହାତ ଧରି ଚାଲିବା ଓ ଭଲପାଇବାର ସମ୍ପର୍କ।

ପବନର ଯେପରି ସୀମା ନ ଥାଏ ସେହିପରି କବିତାର ମଧ୍ୟ ସୀମା ନାହିଁ। କବିତା ନଥିଲେ ପ୍ରସଙ୍ଗ ବି ନଥାଏ ବୋଲି ମତ ରଖଥିଲେ। ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ ବିଶ୍ୱରଞ୍ଜନ ଦାସ ଲୋକାର୍ପିତ ପୁସ୍ତକର ସାମଗ୍ରୀକ ସ୍ବର ସଂପର୍କରେ ବିଶେଷଭାବେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀ ଦାଶ ତାଙ୍କ ଲେଖନୀୟ ବକ୍ତବ୍ୟରେ କବିତା ପଛର ଗହନକଥା ବଖାଣିଥିଲେ। ଉତ୍ସବରେ ଗୀତିକାର ପଞ୍ଚାନନ ନାୟକ, କଣ୍ଠଶିଳ୍ପୀ ମମତା ତ୍ରିପାଠୀ, ଗାଳ୍ପିକ ସୁବ୍ରତ ସେନାପତି, କଥାକାର ପ୍ରଜ୍ଞା ପାରମିତା ରଥ ପ୍ରମୁଖ ଗୋଟିଏ ସଂକଳନରୁ ଲେଖାଏ କବିତା ପାଠ କରିଥିଲେ। ଲେଖକ ତଥା ପ୍ରକାଶକ ସରୋଜ ବଳ ସ୍ବାଗତ ଭାଷଣ ଦେଇଥିବା ବେଳେ କବି ତଥା ଗାଳ୍ପିକ ପବିତ୍ରମୋହନ କର ଧନ୍ୟବାଦ ଦେଇଥିଲେ। ଅରୁଣ କୁମାର ଦାସ ଓ ଅବିନାଶ ସାହୁ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe