ବାଲି ଚୋରି ୮ ଟ୍ରକ୍‌ ଜବତ, ୪ ଲକ୍ଷ ୪ ହଜାର ଜରିମାନା

ବାଲି ଚୋରି ୮ ଟ୍ରକ୍‌ ଜବତ, ୪ ଲକ୍ଷ ୪ ହଜାର ଜରିମାନା

Wikimapia

ଭୁବନେଶ୍ବର: ବାଲି ମାଫିଆ ଏବେ ନଈ ପଠା ଉପରେ ନଜର ପକାଇଛନ୍ତି। ସରକାରଙ୍କ ବିନାନୁମତିରେ ଦିନ ଦ୍ବିପ୍ରହରରେ କୋଟି କୋଟି ଟଙ୍କାର ବାଲି ଚୋରି କରୁଛନ୍ତି। ଏଭଳି ସୂଚନା ପାଇବା ପରେ ଭୁବନେଶ୍ବର ତହସିଲ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ବର ଉପକଣ୍ଠର ତିନୋଟି ସ୍ଥାନରେ ଚଢ଼ାଉ କରି ଅଧିକାରୀମାନେ ୮ଟି ଟ୍ରକ୍‌ ଜବତ କରିଛନ୍ତି। ସେମାନଙ୍କୁ ୫୦ ହଜାର ୫ଶହ ଟଙ୍କା ଲେଖାଏଁ କୋଟ ୪ଲକ୍ଷ ୪ ହଜାର ଟଙ୍କା ଜରିମାନା କରାଯାଇଛି। କିନ୍ତୁ ମାଲିକମାନେ ଏହି ଜରିମାନା ଦାଖଲ କରିନଥିବାରୁ ଟ୍ରକ୍‌ଗୁଡ଼ିକୁ ଥାନା ଜିମା ଦିଆଯାଇଛି। ଧଉଳି, ମଞ୍ଚେଶ୍ବର ଓ ସହିଦ୍‌ ଥାନାରେ ଏହି ସବୁ ଟ୍ରକ୍‌ ରଖାଯାଇଛି।

ଏନେଇ ଭୁବନେଶ୍ବର ତହସିଲଦାର ପ୍ରଦୀପ ସାହୁ କହିଛନ୍ତି, ନଈ ପଠାରୁ ବେଆଇନ ଭାବରେ ବାଲି ଚାଲାଣ ହେଉଥିବା ଆମ ପାଖରେ ସୂଚନା ରହିଥିଲା। ଆଜି ହାଇଟେକ୍‌, ପାଣ୍ଡରା ଓ ଉତ୍ତରାବ୍ରିଜ୍‌ କଡ଼ରେ ଚଢ଼ାଉ ହୋଇଥିଲା। ଯାଞ୍ଚ ବେଳେ ଟ୍ରକ୍‌ଗୁଡ଼ିକର ‘ୱାଇ’ ଫର୍ମ ନଥିଲା ବା ଟ୍ରାଞ୍କଜିଟ ପାସ୍‌ ନଥିଲା। ଫଳରେ ଏମାନେ ସରକାରଙ୍କୁ ରାଜସ୍ବ ନ ଦେଇ ବେଆଇନ ଭାବରେ ବାଲି ଲୁଟି ନେଉଥିବା ଜଣାପଡ଼ିଥିଲା। ଏଣୁ ଟ୍ରକ୍‌ଗୁଡ଼ିକୁ ଜବତ କରାଯାଇଛି। ସେମାନେ ଆବଶ୍ୟକ ମୁତାବକ ଜରିମନା ଜମା ଦେବା ପରେ ଟ୍ରକ୍‌ ମୁକାଳିବେ। ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଚଢ଼ାଉରେ ଅତିରିକ୍ତ ତହସିଲଦାର ପବିତ୍ର ସାମଲଙ୍କ ସହ ମେଣ୍ଢାଶାଳ ରାଜସ୍ବ ନିରୀକ୍ଷକ ନିକୁଞ୍ଜ ପ୍ରଧାନ ଓ ଚନ୍ଦକା ରାଜସ୍ବ ନିରୀକ୍ଷକ ପ୍ରକାଶ ସେଠ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe