ଭୁବନେଶ୍ୱର : ରାଜଧାନୀ ମହାବିଦ୍ୟାଳୟର ୧୯୯୧ ବ୍ୟାଚ୍ ସ୍ନାତକମାନଙ୍କୁ ନେଇ ଗଠିତ ଟ୍ରଷ୍ଟ ‘ରାଜଧାନୀ-୯୧’ର ଏକ ସ୍ୱତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ‘ସ୍ମୃତି ଆମ ବନ୍ଧୁତାର’ ଆସନ୍ତା ୭ ତାରିଖ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ। ସ୍ମୃତି ଓ ବନ୍ଧୁତା ଉପରେ ଆଧାରିତ ମନଛୁଅାଁ ଓଡ଼ିଆ ଓ ହିନ୍ଦୀ ସଙ୍ଗୀତ ଏଥିରେ ପରିବେଷଣ କରାଯିବ। ଗୌତମ ଗିରି, ଦେବ ଦାସ, ସୁଶାନ୍ତ ପଣ୍ଡା, ଛନ୍ଦା ମିଶ୍ର, ଶ୍ୱେତା ମିଶ୍ର, ଲିପ୍ସା ମିଶ୍ର ଓ ସିଦ୍ଧାନ୍ତ ଶତପଥୀ ପ୍ରମୁଖ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିବେ। ଏହି ଅବସରରେ ସଙ୍ଗୀତ ଜଗତକୁ ଅବଦାନ ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ‘ଜୀବନ ବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ। ସଙ୍ଗୀତପ୍ରେମୀ ତଥା ରାଜଧାନୀ ମହାବିଦ୍ୟାଳୟ ସହ ଜଡ଼ିତ ବନ୍ଧୁମାନେ ବହୁ ସଂଖ୍ୟାରେ ଏଥିରେ ଯୋଗ ଦେବା ପାଇଁ ‘ରାଜଧାନୀ-୯୧’ ପକ୍ଷରୁ ସୁଷମା ତ୍ରିପାଠୀ, ସ୍ମରଣିକା ଦାସ, ବନ୍ଦିତା ଦାସ, ସ୍ମୃତି ମହାନ୍ତି, ରଞ୍ଜିତା ପାଣିଗ୍ରାହୀ, ଅମ୍ବୁଜ ସାମନ୍ତ, ଦିଲ୍ଲୀପ ମାଝୀ, ସଞ୍ଜୀବ ମିଶ୍ର, ସତ୍ୟ ସାହୁ, ସୁଶାନ୍ତ ପଣ୍ଡା, ସଂଗ୍ରାମ ଦାସ, ସଞ୍ଜୟ ବିଶ୍ୱାସ, ସୁଶାନ୍ତ ଦାଶ, ଅପୂର୍ବ ମହାନ୍ତି ଓ ଦେବ ପ୍ରସାଦ ପରିଜା ପ୍ରମୁଖ ଅନୁରୋଧ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us