ଏକ ଔର ସାମ୍‌-ତଲତ ମେହେମୁଦ୍‌ କେ ନାମ: ଲୋକପ୍ରିୟ ହିନ୍ଦୀ ଗୀତର ଚମତ୍କାର ଆସର

ଏକ ଔର ସାମ୍‌-ତଲତ ମେହେମୁଦ୍‌ କେ ନାମ: ଲୋକପ୍ରିୟ ହିନ୍ଦୀ ଗୀତର ଚମତ୍କାର ଆସର

ଭୁବନେଶ୍ୱର : ହିନ୍ଦୀ ଚଳଚ୍ଚିତ୍ରର କଣ୍ଠଶିଳ୍ପୀ ତଲତ ମେହମୁଦ୍‌ଙ୍କ ସ୍ମୃତିରେ ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହୋଇଛି ‘ଏକ ଔର ସାମ୍‌-ତଲତ ମେହେମୁଦ୍‌ କେ ନାମ’ ସଙ୍ଗୀତ କାର୍ଯ୍ୟକ୍ରମ। ‘ଦି ଏଭରଗ୍ରିନ’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଏହି ସଙ୍ଗୀତ ସନ୍ଧ୍ୟାରେ ତଲତ ମେହମୁଦ୍‌ଙ୍କ ଲୋକପ୍ରିୟ ଗୀତଗୁଡ଼ିକୁ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀମାନେ ପରିବେଷଣ କରିଥିଲେ। ଜିନ୍ଦେଗି ଦେନେ ବାଲେ ଶୁନ୍‌.., ମେରି ୟାଦ.., ତସଭିର ବନାତା ହୁଁ, ଇତ୍‌ନା ନା ମୁଝସେ.., ଯବ ଯବ ଫୁଲ ଖିଲେ.. ପରି ଅନେକ ସୁମଧୁର ହିନ୍ଦୀ ଗୀତ ଗାଇଥିଲେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଦାଉଦୁର ରହମନ, ଗୋଲକ ବିହାରୀ ମିଶ୍ର, କମଳାକାନ୍ତ ମହାନ୍ତି, ଲଲାଟେନ୍ଦୁ ରଥ, ପ୍ରଫୁଲ୍ଲ ତ୍ରିପାଠୀ, ଜାନକୀ ନାଥ ମିଶ୍ର, ଜୟଦେବ ସେଠ୍‌, ସିଦ୍ଧାନ୍ତ ଶତପଥୀ, ଆଦ୍ୟାଶା ଦାସ, ବିରଜା ରଥ, ରିତିକା ଓ ସଂଚିତା ପ୍ରମୁଖ କଣ୍ଠଶିଳ୍ପୀବୃନ୍ଦ।

ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ଡିଜି ଶରତ ଚନ୍ଦ୍ର ମିଶ୍ର ଓ ଇଣ୍ଡିଆନ ଅଏଲ କର୍ପୋରେସନର୍‌ ମୁଖ୍ୟ ପରିଚାଳକ ପିସି ଚୋବେ ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି କମଳାକାନ୍ତ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ସଂଯୋଜନା କରିଥିଲେ ଗୁଲସନ୍‌ ନଦିମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe