ସଂଗ୍ରାମଜିତ୍‌ ହେଲେ ବିଏମ୍‌ସି ପ୍ରଶାସକ, ପ୍ରେମ କୁମାରଙ୍କୁ ବିଡିଏ ଭିସି ଅତିରିକ୍ତ ଦାୟିତ୍ବ

Advertisment
ସଂଗ୍ରାମଜିତ୍‌ ହେଲେ ବିଏମ୍‌ସି ପ୍ରଶାସକ, ପ୍ରେମ କୁମାରଙ୍କୁ ବିଡିଏ ଭିସି ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର: ସମବାୟ ସଚିବ କ୍ରିଷନ୍ କୁମାରଙ୍କ ହାତରୁ ବିଏମ୍‌ସି ପ୍ରଶାସକ ଓ ବିଡିଏ ଉପାଧ୍ୟକ୍ଷ ଦାୟିତ୍ବ କାଢି ନିଆଯାଇଛି। ତାଙ୍କ ସ୍ଥାନରେ ପୌର ପ୍ରଶାସନର ନିର୍ଦ୍ଦେଶକ ଥିବା ୨୦୦୭ ବ୍ୟାଚ୍ ଆଇଏଏସ ଅଫିସର ସଂଗ୍ରାମଜିତ୍ ନାୟକଙ୍କୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆଇଏଏସ ସଂଗ୍ରାମଜିତ୍ ନାୟକଙ୍କ ନୂତନ ନିଯୁକ୍ତି ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଏମ୍‌ସିର କାର୍ଯ୍ୟକାଳ ଶେଷ ହେବା ପରେ ପ୍ରଶାସକ ଭାବେ ପୂର୍ବତନ କମିସନର କ୍ରିଷନ କୁମାରଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇ ଶ୍ରୀ କୁମାରଙ୍କ ସ୍ଥାନରେ ସଂଗ୍ରାମଜିତ୍‌ଙ୍କୁ ବିଏମ୍‌ସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଜଣେ ଅଭିଜ୍ଞ ଅଧିକାରୀ ଭାବେ ଶ୍ରୀ ନାୟକଙ୍କର ବେଶ୍‌ ସୁନାମ ରହିଛି। ନଗର ଉନ୍ନୟନ ବିଭାଗର ଉନ୍ନତି ଯୋଜନା, ପୌରାଞ୍ଚଳ ଷ୍ଟ୍ରିଟ୍‌ ଲାଇଟ୍‌ ପରି ପ୍ରମୁଖ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ନିକଟ ଭବିଷ୍ୟତରେ ବିଏମ୍‌ସି ନିର୍ବାଚନ ହେବାର ନାହିଁ। ତେଣୁ ଶ୍ରୀ ନାୟକଙ୍କ ନିଯୁକ୍ତିକୁ ପ୍ରାଶାସନିକ ମହଲରେ ବେଶ୍‌ ଗୁରୁତ୍ବ ଦିଆଯାଉଛି। ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଥିବା ୧୯୯୩ ବ୍ୟାଚ୍ ଭାରତୀୟ ଜଙ୍ଗଲ ସେବା ଅଧିକାରୀ ପ୍ରେମ କୁମାର ଝାଙ୍କୁ ଭୁବନେଶ୍ବର ଉନ୍ନୟନ ନିଗମ (ବିଡିଏ)ର ଉପାଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି। ଆଇଏଫଏସ ପ୍ରେମ କୁମାର ଝାଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe