ଦଦରା ଗାଡ଼ିରେ ପରିମଳ ସେବା: ଅଧାରୁ ଅଧିକ ଗାଡ଼ିର ନାହିଁ ଢାଙ୍କୁଣି

Advertisment

ଆବର୍ଜନା ସଂଗ୍ରହ ଓ ପରିଚାଳନା ପାଇଁ ବିଏମ୍‌ସି ୟୁଜର୍ସ ଫି’ ଲାଗୁ କରିଛି। ନିଷ୍ପତ୍ତି ଅନୁସାରେ ବ୍ୟକ୍ତିଗତ ଘର ହେଉ କି ବ୍ୟବସାୟିକ ପ୍ରତିଷ୍ଠାନ, କେଉଁଠୁ କେଜି ପିଛା ତ କେଉଁଠୁ ମାସିକ ଆକାରରେ ୫୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ୟୁଜର୍ସ ଫି’ ଆଦାୟ ହେବ।

ଆବର୍ଜନା ସଂଗ୍ରହ ଓ ପରିଚାଳନା ପାଇଁ ବିଏମ୍‌ସି ୟୁଜର୍ସ ଫି’ ଲାଗୁ କରିଛି। ନିଷ୍ପତ୍ତି ଅନୁସାରେ ବ୍ୟକ୍ତିଗତ ଘର ହେଉ କି ବ୍ୟବସାୟିକ ପ୍ରତିଷ୍ଠାନ, କେଉଁଠୁ କେଜି ପିଛା ତ କେଉଁଠୁ ମାସିକ ଆକାରରେ ୫୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ୟୁଜର୍ସ ଫି’ ଆଦାୟ ହେବ।

sfhfsfhhfsbxv

ଭୁବନେଶ୍ୱର: ଆବର୍ଜନା ସଂଗ୍ରହ ଓ ପରିଚାଳନା ପାଇଁ ବିଏମ୍‌ସି ୟୁଜର୍ସ ଫି’ ଲାଗୁ କରିଛି। ନିଷ୍ପତ୍ତି ଅନୁସାରେ ବ୍ୟକ୍ତିଗତ ଘର ହେଉ କି ବ୍ୟବସାୟିକ ପ୍ରତିଷ୍ଠାନ, କେଉଁଠୁ କେଜି ପିଛା ତ କେଉଁଠୁ ମାସିକ ଆକାରରେ ୫୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ୟୁଜର୍ସ ଫି’ ଆଦାୟ ହେବ। ହୋଲ୍‌ଡିଂ ଟିକସ ଭଳି ଲୋକେ ଅନ୍‌ଲାଇନ୍‌ରେ ଏହି ଦେୟ ଭରିବେ। କିନ୍ତୁ ଆବର୍ଜନା ସଂଗ୍ରହର ଯେଉଁ ବ୍ୟବସ୍ଥା ତଥା ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି, ତାହା ଭଙ୍ଗାଦଦରା ଅବସ୍ଥାରେ। ଅଧାରୁ ଅଧିକ ଆବର୍ଜନା ସଂଗ୍ରହ ଗାଡ଼ି ଭାଙ୍ଗିଗଲାଣି। ସଂକ୍ରାମକ ଆବର୍ଜନା ପକାଇବାକୁ ବି ଲୋକେ ଜାଗା ପାଉନାହାନ୍ତି। ଭଙ୍ଗାଗାଡ଼ିରେ ଆବର୍ଜନା ପରିବହନ ବେଳେ ରାସ୍ତାଘାଟରେ ଆବର୍ଜନା ପଡ଼ୁଛି ଓ ସଂକ୍ରାମକ ପରିସ୍ଥିତି ଉପୁଜୁଛି। 

Fire in unit-1 market: ହୁତୁହୁତୁ ହୋଇ ଜଳିଲା ୟୁନିଟ୍‌ ୧ ହାଟ: ୨୫ରୁ ଅଧିକ ଦୋକାନ ସ୍ବାହା

ବାଟସାରା ଗଳୁଛି ସଂକ୍ରାମକ ବର୍ଜ୍ୟ
ଅଧା ଗାଡ଼ିରେ ନାହିଁ ସଂକ୍ରାମକ ଆବର୍ଜନା ପାତ୍ର, ଅଧା ଖତରା

୬୭ ୱାର୍ଡରୁ ଘରକୁ ଘର ଆବର୍ଜନା ସଂଗ୍ରହ ପାଇଁ ବିଏମ୍‌ସି ୪୩୫ ଗାଡ଼ି ନି‌ୟୋଜିତ କରିଛି। ସେହି ଅନୁସାରେ ଗାଡ଼ି ପିଛା ଜଣେ ଚାଳକ ଓ ଜଣେ ହେଲ୍‌ପର ନିୟୋଜିତ ହୋଇଛନ୍ତି। ପରିଚାଳନା ଦାୟିତ୍ବ ତିନି ଏଜେନ୍ସି ୬ଟି ପ୍ୟାକେଜ୍‌ରେ ନେଇଛନ୍ତି। ରାସ୍ତାଘାଟ ସଫାସୁତରା ଓ ଅଳିଆ ଉଠା ପାଇଁ ୧୦ଟି ପ୍ୟାକେଜ୍‌ ରହିଛି ଓ ୫ରୁ ଅଧିକ ଏଜେନ୍ସି ଏହି ଦାୟିତ୍ବ ନେଇଛନ୍ତି। କେଉଁଠି ଟନେଜ୍‌(ଓଜନ ଦରରେ) ହିସାବରେ ଅଳିଆ ଉଠୁଛି ତ କେଉଁଠି ଠିକାରେ ଅଳିଆ ଉଠୁଛି। କିନ୍ତୁ ଘରକୁ ଘରବୁଲି ଅଳିଆ ସଂଗ୍ରହରେ ସବୁଠୁ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ନିୟମିତ ଓ ଠିକ୍‌ ସମୟରେ ଅଳିଆ ଗାଡ଼ି ଦୁଆରେ ପହଞ୍ଚୁ ନଥିବାରୁ ଲୋକେ କର୍ମକ୍ଷେତ୍ରକୁ ଯିବା ପୂର୍ବରୁ ଆବର୍ଜନା ଦେଇ ନପାରି ରାସ୍ତାଘାଟରେ ଫିଙ୍ଗୁଛନ୍ତି। 

ବିନା ନମ୍ବରରେ ଗଡ଼ୁଛି ଅଳିଆ ଗାଡ଼ି
ବିଏମ୍‌ସି ଅଳିଆ ସଂଗ୍ରହ ପାଇଁ ନିୟୋଜିତ କରିଥିବା ଅନେକ ଗାଡ଼ି ବିନା ନମ୍ବରରେ ଚାଲୁଛି। ଯାହା ଖୋଲାଖୋଲି ପରିବହନ ନିୟମର ଉଲ୍ଲଘଂନ। ତଥାପି ପରିବହନ ବିଭାଗ ନିରବଦ୍ରଷ୍ଟା ସାଜିଛି। ଯେଉଁଠି ବିନା ନମ୍ବର, ବିନା ପ୍ରଦୂଷଣ ପ୍ରମାଣପତ୍ରରେ ଗାଡ଼ି ଚଲାଇଲେ, ସାଧାରଣ ଲୋକଙ୍କୁ ୧୦ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ୁଛି, ଗାଡ଼ି ଜବତ ହେଉଛି, ସେଠି ଅଳିଆ ଗାଡ଼ି କ୍ଷେତ୍ରରେ ଏନିୟମକୁ ଅଣଦେଖା କରାଯାଉଛି।

Fire in unit-1 market: ହୁତୁହୁତୁ ହୋଇ ଜଳିଲା ୟୁନିଟ୍‌ ୧ ହାଟ: ୨୫ରୁ ଅଧିକ ଦୋକାନ ସ୍ବାହା

ସେପଟେ ଘରକୁ ଘର ଆବର୍ଜନା ସଂଗ୍ରହରେ ନିୟୋଜିତ ଗାଡ଼ିର ସ୍ଥିତି ଦୟନୀୟ। କେଉଁଠି ଆବର୍ଜନା ସଂଗ୍ରହ ବାକ୍ସ କଣା ହୋଇଗଲାଣି ତ କେଉଁଠି ବାକ୍ସର ଢାଙ୍କୁଣି ନାହିଁ। ଏଣୁ ରାସ୍ତାଘାଟରେ ଗାଡ଼ି ଯିବାବେଳେ ଆବର୍ଜନା ବାଟସାରା ଗଳୁଛି ଓ ପ୍ରଦୂଷିତ କରୁଛି। ସବୁଠୁ ଉଦ୍‌ବେଗଜନକ ସ୍ଥିତି ହେଉଛି, ସଂକ୍ରାମକ ଆବର୍ଜନାକୁ ନେଇ। ଯେହେତୁ ଆବର୍ଜନା ପୃଥକୀକରଣ ବେଳେ ସଂକ୍ରାମକ ଆବର୍ଜନା ସ୍ବଚ୍ଛ କର୍ମଚାରୀଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି, ଏହାକୁ ପୃଥକ୍‌ ସଂଗ୍ରହ କରାଯାଉଛି। ଗାଡ଼ି ପଛରେ ଏଥିପାଇଁ ଦୁଇଟି ଭିନ୍ନ ଭିନ୍ନ ବାକ୍ସ ଲଗାଇବାର ନିୟମ ରହିଛି। ଗୋଟିଏ ବାକ୍ସରେ ସାନିଟାରି ନାପ୍‌କିନ୍‌ ଓ ଅନ୍ୟ ବାକ୍ସରେ ବାକି ସଂକ୍ରମିତ ଜିନିଷ ସଂଗ୍ରହର ବ୍ୟବସ୍ଥା କରାଯାଇଛି। କିନ୍ତୁ କିଛି ଅଳିଆ ଗାଡ଼ିରେ ଏସବୁ ଲାଗିଥିବାବେଳେ କିଛି ଗାଡ଼ିରେ ଲାଗିନି। ଯେଉଁ ଗାଡ଼ିରେ ଲାଗିଛି, ସେସବୁ କଣା। ଘରୁ ସିନା ସଂଗୃହୀତ ହେଉଛି, କଣା ଥିବାରୁ ବାଟସାରା ଏହି ସଂକ୍ରାମକ ବର୍ଜ୍ୟ ଗଳି ସଂକ୍ରମଣ ଭୟ ସୃଷ୍ଟି କରୁଛି। ଦୁଇ ବାକ୍ସ ବଦଳରେ କିଛି ଗାଡ଼ିରେ ଗୋଟିଏ ବାକ୍ସ ଲାଗିଛି। ଦ୍ବିତୀୟ ବାକ୍ସ ଭାଙ୍ଗି ଗଳିପଡ଼ିଛି। ଏଭଳି ଅବ୍ୟବସ୍ଥା ଅନୁଧ୍ୟାନ ଓ ପଦକ୍ଷେପ ପାଇଁ ସୁପରଭାଇଜର୍‌ ଙ୍କ ସହ ଏକାଧିକ ଅଧିକାରୀ ଅଛନ୍ତି। କିନ୍ତୁ ସମସ୍ତେ ଚୁପ୍‌। ଏ ସମ୍ପର୍କରେ ଅତିରିକ୍ତ କମିସନର୍‌ କୈଳାସ ଚନ୍ଦ୍ର ଦାସ କହିଛନ୍ତି, ଆବର୍ଜନା ପରିବହନ ନେଇ ଯେଉଁଠି ବି ଏଭଳି ଅବ୍ୟବସ୍ଥା ଥିବ ଆମ ନଜରକୁ ଆସିଲେ,  ତାକୁ ସୁଧାରିବୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe