କରୋନା ପାଇଁ ବଜାରରେ ସାନିଟାଇଜର ଓ ମାସ୍କର ଅଭାବ

Advertisment

ବଟଲିଂ ଓ ଔଷଧ କମ୍ପାନିଗୁଡ଼ିକୁ ତିଆରି ପାଇଁ ଡ୍ରଗ୍‌ସ କଣ୍ଟ୍ରୋଲରଙ୍କ ଅନୁମତି, ୭ଟି କମ୍ପାନି ସାନିଟାଇଜର ଓ ଗୋଟିଏ କମ୍ପାନି କରିବ ମାସ୍କ

ବଟଲିଂ ଓ ଔଷଧ କମ୍ପାନିଗୁଡ଼ିକୁ ତିଆରି ପାଇଁ ଡ୍ରଗ୍‌ସ କଣ୍ଟ୍ରୋଲରଙ୍କ ଅନୁମତି, ୭ଟି କମ୍ପାନି ସାନିଟାଇଜର ଓ ଗୋଟିଏ କମ୍ପାନି କରିବ ମାସ୍କ

ୱାର୍କସପ୍‌ ସେଡ୍‌ରେ ସାନିଟାଇଜର, ମାସ୍କ ଉତ୍ପାଦନ କରୁଛି ପୂର୍ବତଟ ରେଳପଥ

Policenama

ଭୁବନେଶ୍ବର : କରୋନା ପାଇଁ ରାଜ୍ୟବ୍ୟାପୀ ସାନିଟାଇଜର ଓ ମାସ୍କର ଘୋର ଅଭାବ ଦେଖା ଦେଇଛି। ‌ଯେଉଁଠାରେ ବି ରହିଛି ସେହି ଔଷଧ ଦୋକାନୀମାନେ ଚଢ଼ା ଦରରେ ଏହାକୁ ବିକ୍ରି କରୁଥିବା ନଜରକୁ ଆସୁଛି। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ନକଲି ସାନିଟାଇଜର ବିକ୍ରି କରିବା ଆରମ୍ଭ କରି ଦେଇଛନ୍ତି। ଏପରିକି ଏକାଧିକ ଥର ଡ୍ରଗ୍‌ସ ଇନ୍ସପେକ୍ଟର ଚଢ଼ଉ କରିଥିଲେ ହେଁ, ଏଥିରେ ସୁଧାର ଆସୁନାହିଁ। ଫଳରେ ସାଧାରଣ ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେବେ ବଜାରରେ ସାନିଟାଇଜର ଓ ମାସ୍କର ଅଭାବ ଦୂର କରିବା ପାଇଁ ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର ପକ୍ଷରୁ ସ୍ଥାନୀୟ ବଟଲିଂ ଓ ଔଷଧ କମ୍ପାନିଗୁଡ଼ିକୁ ଏହା ପ୍ରସ୍ତୁତ କରିବା ଲାଗି ଅନୁମତି ଦିଆଯାଇଛି। ଏହି କମ୍ପାନିମାନେ ସାନିଟାଇଜର ଓ ମାସ୍କ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଯୋଗାଇବା ଲାଗି କୁହାଯାଇଛି। ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର(ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, କରୋନା ପାଇଁ ହଠାତ୍ ସାନିଟାଇଜର ଓ ମାସ୍କର ଚାହିଦା ବୃଦ୍ଧି ପାଇବା ଫଳରେ ବଜାରରେ ଏହାର କୃତ୍ରିମ ଅଭାବ ସୃଷ୍ଟି ହୋଇଥିଲା। ବାହାରୁ ମଧ୍ୟ ଏହା ରାଜ୍ୟକୁ ଆସିବାରେ ବିଳମ୍ବ ହେଉଛି। ତେଣୁ ରାଜ୍ୟରେ ଥିବା ବଟଲିଂ ଓ ଔଷଧ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକୁ ସାନିଟାଇଜର ପ୍ରସ୍ତୁତ କରିବା ଲାଗି ନିର୍ଦେଶ ଦିଆଯାଇଛି। ୭ଟି କମ୍ପାନିକୁ ସାନିଟାଇଜର ତିଆରି ପାଇଁ ଅନୁମତି ଦିଆଯାଇଛି। ଏହି କମ୍ପାନିଗୁଡ଼ିକ ଦିନକୁ ପ୍ରାୟ ୫୦ ହଜାର ସାନିଟାଇଜର ପ୍ରସ୍ତୁତ କରିବେ। ଅପରପକ୍ଷରେ ଯଦିଓ ମାସ୍କ ପ୍ରସ୍ତୁତି ଏବେ ସୁଦ୍ଧା ଡ୍ରଗ୍‌ସ କଣ୍ଟ୍ରୋଲର ଅଧୀନକୁ ଆସିନାହିଁ, ତଥାପି ଏକ କେମିଷ୍ଟକୁ ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରୋତ୍ସାହିତ କରାଯାଇଛି। ଏହି କେମିଷ୍ଟ ଦିନକୁ ୫ହଜାର ମାସ୍କ ପ୍ରସ୍ତୁତ କରିପାରିବ। ଏହାସହ ଅନ୍ୟ ଗଜ୍ ଓ ବ୍ୟାଣ୍ଡେଜ୍ ପ୍ରସ୍ତୁତକାରୀ କମ୍ପାନିମାନଙ୍କୁ ମଧ୍ୟ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି। ଏସବୁ କମ୍ପାନିମାନଙ୍କ ପାଇଁ ଦର ପୂର୍ବରୁ ଧାର୍ଯ୍ୟ କରାଯାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe