ଚନ୍ଦ୍ରଶେଖରପୁର: ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା କମନ୍ୱେଲ୍ଥ ଚେସ୍ ଚାମ୍ପିଆନ୍ସିପ୍-୨୦୧୮ ରେ ଓଡ଼ିଶା ପକ୍ଷରୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ସାଞ୍ଚ ସାହୁ ପ୍ରତିନିଧିତ୍ୱ କରିବେ। ୧୦ ବର୍ଷରୁ କମ୍ ବାଳିବା ବିଭାଗରେ ସେ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ଜୁନ୍୨୫ ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିଆନ୍ସିପ୍ ଦିଲ୍ଲୀର ଚେସ୍ ଆସୋସିଏସନ୍ ତରଫରୁ ଲିଲା ଆମ୍ବିଏନ୍ସ କନ୍ଭେସନ୍ ହୋଟେଲ୍ରେ ଆୟୋଜିତ କରାଯିବାର କାର୍ଯ୍ୟକ୍ରମ ରହିଅଛି। ସାଞ୍ଚଙ୍କର ଫାଇଡ୍ ରେଟିଂ ୧୧୨୦ ରହିଛି। ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ୍ ବିଜୟ କୁମାର ସାହୁ ସାଞ୍ଚଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us