ଭୁବନେଶ୍ୱର: ‘ଶ୍ରେଷ୍ଠ ଭାରତ ସଂସ୍କୃତି ସମାଗମ’ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ନୂଆଦିିଲ୍ଲୀ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପରିବେଷିତ ହୋଇଥିଲା ବିଶାଲ କ୍ରିଷ୍ଣାଙ୍କ କଥକ ନୃତ୍ୟ। ତାଙ୍କର ଘୁଙ୍ଗୁରର ସ୍ୱର ଓ ‘ପୌରାଣିକ ବୋଲ’ ଧୁନ୍ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ପରେ ପରେ ପରିବେଷିତ ହୋଇଥିଲା ରାଜା ଓ ରାଧା ରେଡିଙ୍କର କୁଚିପୁଡ଼ି ନୃତ୍ୟ। ଗଣେଶ ବନ୍ଦନାରୁ ଆରମ୍ଭ କରି ଅନନ୍ୟ ଶୁଦ୍ଧ ନୃତ୍ୟ ଉପରେ କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। ଶେଷରେ କୁମ୍କୁମ୍ ମହାନ୍ତି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଆଜି ସକାଳେ ଭଞ୍ଜକଳା ମଣ୍ଡପ ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କନକ ରେଲେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ସୁନିଲ କୋଠାରୀ, ଯତୀନ୍ ଗୋସ୍ୱାମୀ, ରତିକାନ୍ତ ମହାପାତ୍ର, ଗୋପାଲ ପ୍ରସାଦ ଦୁବେ, ରାଜକୁମାର ସିଂଗାଜିତ୍ ସିଂ ପ୍ରମୁଖ ଯୋଗ ଦେଇଥିଲେ।
ଆକର୍ଷିତ କଲା ବିଶାଲ କ୍ରିଷ୍ଣାଙ୍କ ‘ପୌରାଣିକ ବୋଲ’
Advertisment
Follow Us